ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଆଜି ପଶ୍ଚିମ ଓଡିଶାର ଗଣପର୍ବ ନୂଆଁଖାଇ । ଧାନ ଅମଳ ଖୁସିରେ ସାରା ପଶ୍ଚିମ ଓଡିଶାରେ ଖୁବ୍ ଧୁମ୍ ଧାମରେ ପାଳିତ ହେଉଛି ଏହି ପର୍ବ । ଭାଦ୍ରବ କୃଷ୍ଣପକ୍ଷ ପଞ୍ଚମୀ ତିଥି ତଥା ଗଣେଶ ଚତୁର୍ଥୀ ପରଦିନ ଏହି ପର୍ବ ପାଳିତ ହୁଏ । ସେଥିପାଇଁ ଆଜି ଏହି ପର୍ବ ପାଳିତ ହେଉଛି । ଏହି ଅବସରରେ ସୁବର୍ଣ୍ଣପୁର,ବଲାଙ୍ଗିର, ସମ୍ବଲପୁର, ବୌଦ୍ଧ,ବରଗଡ,କଳାହାଣ୍ଡି,ନୂଆପଡା ଆଦି ଜିଲ୍ଲା ମାନ ଉତ୍ସବ ମୁଖର ହୋଇ ପଡିଛି ।
ଏହାସହିତ ଏହାକୁ ଭାଇଚାରାର ପବଁ ମଧ୍ୟ କୁହାଯାଇଥାଏ । ଏହି ନୂଆଁଖାଇ ପର୍ବ ଅବସରରେ ଯିଏ ଯେଉଁଠି ଥିଲେ ମଧ୍ୟ ସେମାନେ ନିଜ ମାଟିକୁ ଫେରି ପର୍ବ ପାଳିଥାନ୍ତି । ଏହି ଅବସରରେ ପରିବାରର ସମସ୍ତ ସଦସ୍ୟ ନୂତନ ବସ୍ତ୍ର ପରିଧାନ କରିବା ସହ ନବାନ୍ନ ପୂଜା ବିଧି ସମାପ୍ତ ହେବା ପରେ ପରିବାରର ମୁଖ୍ୟଙ୍କ ହାତରୁ ନବାନ୍ନ ଭୋଗ ଗ୍ରହଣ କରିନ୍ତି । ଏହାପରେ ସମସ୍ତେ ଘରର ବୟସ୍କଙ୍କ ଠାରୁ ଆର୍ଶିବାଦ ଗ୍ରହଣ କରିଥାନ୍ତି । ଏହି ଅବସରରେ ଗାଁ ଏବଂ ପଡୋଶୀ ମଧ୍ୟରେ ଥିବା ଭେଦଭାବକୁ ଲୋକେ ଭୁଲି ଯାଇ ଏକ ଜୁଟ ହୁଅନ୍ତି ।