ଭୁବନେଶ୍ୱର (ଏଟିଆର ବ୍ୟୁରୋ): ସାଧାରଣତଃ ରାତିରେ ଶୋଇବା ପରେ ପ୍ରତ୍ୟେକ ବ୍ୟକ୍ତି ସ୍ୱପ୍ନ ଦେଖିଥାନ୍ତି । ସେଥିରେ ଭିନ୍ନ ଭିନ୍ନ ସ୍ୱପ୍ନ ରହିଥାଏ । କିନ୍ତୁ କିଛି ବ୍ୟକ୍ତି ସେମାନଙ୍କ ସ୍ୱପ୍ନରେ ଦେବା-ଦେବୀଙ୍କୁ ଦେଖିଥାନ୍ତି । ଏହାପରେ ଏନେଇ ମନରେ ଅନେକ ବିଚାର ଆସିଥାଏ । ଏଭଳି ସ୍ୱପ୍ନର ସଂକେତ କଣ ହୋଇପାରେ । ଶାସ୍ତ୍ର ଅନୁଯାୟୀ ସ୍ୱପ୍ନରେ ଦେବା-ଦେବୀଙ୍କୁ ଦେଖିବା ଭଲ ଏବଂ ଖରାପ ସଂକେତ ହୋଇପାରେ । ନିର୍ଭର କରୁଛି କି ଆପଣ ଭଗବାନଙ୍କୁ କେଉଁଠି ଏବଂ କେଉଁ ରୂପରେ ସ୍ୱପ୍ନ ଦେଖିଛନ୍ତି । ଅନେକ ଥର ଭଗବାନ ଆପଣଙ୍କ ସ୍ୱପ୍ନରେ ଆସି ଆପଣଙ୍କ ଆଗାମୀ ଦିନ ବିଷୟରେ ସଂକେତ ଦେଇଥାନ୍ତି ।
ଆପଣମାନେ ସମସ୍ତେ ଜାଣିଥିବେ କି ଆଉ ମାତ୍ର ଦୁଇ ଦିନ ପରେ ଆରମ୍ଭ ହୋଇଯିବ ନବରାତ୍ରି । ଏହି ଅବସରରେ ପ୍ରତ୍ୟେକ ବ୍ୟକ୍ତି ମାତା ରାଣୀଙ୍କୁ ପ୍ରସନ୍ନ କରିବା ପାଇଁ ଲାଗି ପଡିବେ । ଇତିମଧ୍ୟରେ କିଛି ଲୋକଙ୍କ ସ୍ୱପ୍ନରେ ମାତା ରାଣୀ ଆସିଥାନ୍ତି । ତେବେ ଆସନ୍ତୁ ଜାଣିବା ସ୍ୱପ୍ନରେ ମା’ ଦୁର୍ଗାଙ୍କୁ ଦେଖିବାର କି ଅର୍ଥ ରହିଛି ।
– ଯଦି ଆପଣ ଆପଣଙ୍କ ସ୍ୱପ୍ନରେ ମା’ ଦୁର୍ଗାଙ୍କୁ ଲାଲ ଶାଢୀ ପିନ୍ଧି ହସୁଥିବାର ଦେଖୁଛନ୍ତି ତେବେ ଏହାର ଅର୍ଥ ଆପଣ ଜୀବନରେ କିଛି ଭଲ ହେବାକୁ ଯାଉଛି । ଏହାସହିତ ଆଗାମୀ ଦିନରେ ଆପଣଙ୍କ ଜୀବନରେ ଖୁସୀ ଖୁବର ଆସିବାକୁ ଯାଉଛି ।
– ଯଦି ଆପଣ ମା’ ଦୁର୍ଗାଙ୍କୁ ସ୍ୱପ୍ନରେ ସିଂହ ଉପରେ ବସିଥିବାର ଦେଖୁଛନ୍ତି ତେବେ ଏହାର ଅର୍ଥ ଆପଣଙ୍କ ଭାଗ୍ୟ ବଦଳିବାକୁ ଯାଉଛି । ଆଜ୍ଞା ହଁ ଦୁର୍ଭାଗ୍ୟ ବଦଳରେ ସୌଭାଗ୍ୟ ହେବାକୁ ଯାଉଛି ।
– ଯଦି ଆପଣ ସ୍ୱପ୍ନରେ ମା’ ଦୁର୍ଗାଙ୍କୁ ମନ ଦୁଃଖ କରିଥିବାର ବା କଳା ବା ଧଳା ଶାଢୀ ପିନ୍ଧିଥିବାର ଦେଖିୁଛନ୍ତି , ତେବେ ଏହାର ଅର୍ଥ ହେଉଛି ଆଗାମୀ ଦିନ ଆପଣଙ୍କ ପାଇଁ ଖରାପ ରହିଛି । ସେଥିପାଇଁ ଆପଣଙ୍କୁ ସମ୍ଭାଳିକି ରହିବାର ଅଛି ।