ଭୁବନେଶ୍ୱର (ଏଟିଆର ବ୍ୟୁରୋ): ନିୟମିତ ଭାବେ ଶାଳଗ୍ରାମ ପୂଜା କରିବା ଦ୍ୱାରା ମନୁଷ୍ୟର ସମସ୍ତ ରୋଗ ଓ ସନ୍ତାପ ନଷ୍ଟ ହୁଏ ଏବଂ ସୁଖ-ସମୃଦ୍ଧି ପ୍ରାପ୍ତି ହୋଇଥାଏ ବୋଲି ବିଶ୍ୱାସ ରହିଛି ।
– ଶାଳଗ୍ରାମ ଦେଖିବା ପାଇଁ ସମ୍ପୂର୍ଣ୍ଣ କଳା ପଥର ଭଳି । କିନ୍ତୁ ଶାସ୍ତ୍ରରେ ଏହାକୁ ଶ୍ରୀବିଷ୍ଣୁଙ୍କ ସମାନ ବୋଲି କୁହାଯାଏ । ଗଣ୍ଡକି ନଦୀରୁ ଏହି ପବିତ୍ର ପ୍ରତିମା ପ୍ରାପ୍ତି ହୋଇଥିଲା । ବୈଷ୍ଣବ ସମ୍ପ୍ରଦାୟରେ ପୂରା ଭକ୍ତି ଓ ବିଶ୍ୱାସ ସହ ନିୟମିତ ଶାଳଗ୍ରାମ ପୂଜା କରାଯାଏ । କୁହାଯାଏ କି ଯେଉଁମାନେ ସାତ୍ୱିକ ଆହାର ବା ବିଚାର ରଖିଥାନ୍ତି ତାଙ୍କ ପାଇଁ ଶାଳଗ୍ରାମ ପୂଜା ବିଶେଷ ଫଳଦାୟୀ ହୋଇଥାଏ ।
– ଶାଳଗ୍ରାମ ପୂଜାରେ ତୁଳସୀ ପତ୍ର ର ବଡ ଭୂମିକା ରହିଛି । କୁହାଯାଏ କି ଭଗବାନ ଶିବ ଯେପରି ଅଭିଶେକ ପରେ କେବଳ ବେଲପତ୍ରରେ ସନ୍ତୁଷ୍ଟ ହୋଇ ଭକ୍ତଙ୍କ ଉପରେ କୃପା ବର୍ଷା କରନ୍ତି ଠିକ୍ ସେହିପରି ଶ୍ରୀ ନାରାୟଣ ମଧ୍ୟ ଶାଳଗ୍ରାମ ରେ ଏକ ତୁଳସୀ ପତ୍ର ଅର୍ପଣ କରିବା ମାତ୍ରେ ପ୍ରସନ୍ନ ହୋଇଯାନ୍ତି ।
– ନିୟମିତ ଶାଳଗ୍ରାମ ପୂଜା କରିବା ଦ୍ୱାରା ମନୁଷ୍ୟର ସମସ୍ତ ରୋଗ ଏବଂ ସନ୍ତାପ ନଷ୍ଟ ହୋଇଯାଏ । ଏହାସହିତ ସୁଖ-ସମୃଦ୍ଧି ପ୍ରାପ୍ତି ହୋଇଥାଏ ।
– ଶାଳଗ୍ରାମକୁ ଭଗବାନ ବିଷ୍ଣୁଙ୍କ ସ୍ୱରୂପ ବୋଲି କୁହାଯାଏ । ସେଥିପାଇଁ ସୂର୍ଯ୍ୟଙ୍କ ମକର ରାଶିରେ ପ୍ରବେଶ କରିବା ପରେ ଅର୍ଥାତ ଉତ୍ତରାୟଣରେ ମାଘ ମାସରେ ସ୍ଥିର ଲଗ୍ନରେ ଆପଣ ଶାଳଗ୍ରାମ ସ୍ଥାପନା କରିପାରିବେ ।
– ସେଥିପାଇଁ ସର୍ବପ୍ରଥମେ ଆପଣ ଶାଳଗ୍ରାମକୁ ତମ୍ବାପାତ୍ରରେ ସ୍ୱଚ୍ଛ କରି ରଖନ୍ତୁ ଏବଂ ଗଙ୍ଗାଜଳରେ ଅଭିଶେକ କରନ୍ତୁ । ଏହାପରେ ଗଙ୍ଗାଜଳରେ ଅଭିଶେକ କରି ପଞ୍ଚାମୃତରେ ଶୁଦ୍ଧ ସ୍ନାନ କରାନ୍ତୁ । ଏହାପରେ ଶାଳଗ୍ରାମରେ ତୁଳସୀ ଚଢାନ୍ତୁ, ଚନ୍ଦନ ଲଗାନ୍ତୁ ଏବଂ ଘିଅ ଦୀପ ଜଳାନ୍ତୁ । ଏହାପରେ ଶ୍ରୀ ବିଷ୍ଣୁଙ୍କୁ ମନେ ପକାଇ ଦକ୍ଷୀଣ ଦିଗରେ ମିଠା ରଖନ୍ତୁ ।