ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଶକୁନ ଶାସ୍ତ୍ର ଅନୁସାରେ ସୂକ୍ଷ୍ମ କାର୍ଯ୍ୟକଳାପ ଆଧାରରେ ଭବିଷ୍ୟତ ବିଷୟରେ କିଛି ଜିନିଷ ସହଜରେ ଜାଣିପାରିବେ । ଏହା ଜ୍ୟୋତିଷଶାସ୍ତ୍ରର ଏକ ଅଂଶ । ଶକୁନ ଶାସ୍ତ୍ର ଏବଂ ସାମୁଦ୍ରିକ ବିଜ୍ଞାନରେ ଏଭଳି ଅନେକ ରହସ୍ୟ ବର୍ଣ୍ଣନା କରାଯାଇଛି ଯାହା ଭବିଷ୍ୟତର ଘଟଣାଗୁଡିକୁ ବୁଝିବାରେ ସହାୟତା ହୋଇପାରେ । ସେହିଭଳି ହାତ ପାପୁଲି କୁଞ୍ଚିବା ବା କୁଣ୍ଡେଇ ହେବା ମଧ୍ୟ ନିକଟ ଭବିଷ୍ୟତ ସହ ଜଡିତ ।
ଶକୁନ ଶାସ୍ତ୍ର ଅନୁସାରେ, ଯଦି କୌଣସି ବ୍ୟକ୍ତିଙ୍କ ଡାହାଣ ହାତ ବା ଶରୀରର ଡାହାଣ ଭାଗ ଲଗାତାର କୁଣ୍ଡେଇ ହୁଏ ତେବେ ଏହା ଏକ ଅଶୁଭ ସଂକେତ ହୋଇପାରେ । ଏହାର ଅର୍ଥ ଆଗାମୀ ଦିନରେ ଅର୍ଥହାନି ହୋଇପାରନ୍ତି । ସେଥିପାଇଁ ଏହି ସଂକେତକୁ ଚେତାବନୀ ରୂପେ ନେବା ଉଚିତ୍ । କିନ୍ତୁ ପୁରୁଷଙ୍କ ଡାହାଣ ହାତ କୁଣ୍ଡେଇ ହେବା ଏକ ଶୁଭ ସଂକେତ । ଏହାର ଅର୍ଥ ଖୁବ୍ ଶୀଘ୍ର ଧନ ପ୍ରାପ୍ତି ହେବ ।
ଯଦି କୌଣସି ବ୍ୟକ୍ତିଙ୍କର ବାମ ହାତ ବାରମ୍ବାର କୁଣ୍ଡେଇ ହୁଏ ତେବେ ଏହାକୁ ଶୁଭ ସଂକେତ ବୋଲି କୁହାଯାଏ । ଏହାର ଅର୍ଥ ଆପଣଙ୍କ ଖୁବ୍ ଶୀଘ୍ର ଧନ ପ୍ରାପ୍ତି ହେବ । ବାମ ହାତ କୁଣ୍ଡେଇ ହେବା ଅର୍ଥ ଆପଣଙ୍କୁ ଧନ ସମ୍ବନ୍ଧୀୟ ଖୁସୀ ଖବର ମିଳିପାରେ । କିନ୍ତୁ ଯଦି କୌଣସି ପୁରୁଷଙ୍କ ବାମ ହାତ କୁଣ୍ଡେଇ ହୁଏ ତେବେ ଏହାକୁ ଅଶୁଭ ସଂକେତ ବୋଲି କୁହାଯାଏ । ଏହା ଧନ ହାନିର ସଂକେତ ।