ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ହିନ୍ଦୁ ଧର୍ମରେ ତୁଳସୀ ପୂଜନର ବିଶେଷ ମହତ୍ୱ ରହିଛି । ପଞ୍ଚାଙ୍ଗ ଅନୁସାରେ ପ୍ରତ୍ୟେକ ବର୍ଷ କାର୍ତ୍ତିକ ମାସ ଶୁକ୍ଳ ପକ୍ଷ ଏକାଦଶୀ ତିଥିରେ ତୁଳସୀ ବିବାହ କରାଯାଏ । ଏହି ଏକାଦଶୀକୁ ଦେବଉଠନୀ ଏକାଦଶୀ ବୋଲି ମଧ୍ୟ କୁହାଯାଏ । ଚଳିତବର୍ଶ ନଭେମ୍ବର ୧୫ ରେ ପଡୁଛି ତୁଳସୀ ବିବାହ । ତୁଳସୀ ବିବାହ ପରେ ସମସ୍ତ ମାଙ୍ଗଳିକ ଏବଂ ଧାର୍ମିକ କାର୍ଯ୍ୟର ଆରମ୍ଭ ହୋଇଥାଏ ।
ନଭେମ୍ବର ୧୫ରେ ଆୟୋଜନ ହେବାକୁ ଥିବା ତୁଳସୀ ବିବାହ କାର୍ତ୍ତିକ ଶୁକ୍ଳ ଏକାଦଶୀ ତିଥି ସକାଳ ୬ ଟା ୩୯ ରେ ଆରମ୍ଭ ହେବ ଏବଂ ତାପର ଦିନ ସକାଳ ୮ ଟା ୧ ମିନିଟ୍ ରେ ସମାପ୍ତ ହେବ । ଏହିଦିନ ଭଗବାନ ବିଷ୍ଣୁଙ୍କ ଶାଳଗ୍ରାମ ଅବତାର ସହିତ ମାତା ତୁଳସୀଙ୍କ ବିବାହ କରିବାର ପରମ୍ପରା ରହିଛି ।
ଧାର୍ମିକ ମାନ୍ୟତାନୁସାରେ ଏହି ଦିନ ମାତା ତୁଳସୀ ଭଗବାନ ଶାଳଗ୍ରାମଙ୍କ ପୂଜାର୍ଚ୍ଚନା କରିବା ଦ୍ୱାରା ଭକ୍ତଙ୍କର ସମସ୍ତ ମନସ୍କାମନା ପୁରଣ ହୋଇଥାଏ ଏବଂ ବୈବାହିକ ଜୀବନରେ ଉପୁଜୁଥିବା ସମସ୍ତ ବାଧାବିଘ୍ନ ଦୂର ହୋଇଥାଏ ।