ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ସାଧାରଣତ ଆମେ ସମସ୍ତେ ଜାଣିଛେ ସମୁଦ୍ର ପାଣି ଲୁଣିଆ । ଯାହା ପଛରେ କିଛି ନିଦ୍ଧିଷ୍ଟ ବୈଜ୍ଞାନିକ କାରଣ ରହିଛି । ଏହାକୁ ଏଡାଇ ଦିଆଯାଇ ପାରିବ ନାହିଁ । ତେବେ ଏହି ଭିତରେ ଆଉ ଏକ କଥା ମଧ୍ୟ ଶୁଣିବାକୁ ମିଳେ । ତାହା ହେଉଛି କୌରାଣିକ କଥା । ଆମ ଦେଶରେ ପ୍ରତ୍ୟକ ଅଲୌକିକ କଥା ପଛରେ ଯେମିତି ଏକ ବୈଜ୍ଞାନିକ କାରଣ ରହିଥାଏ । ସେହିଭଳି କିଛି ପୌରାଣିକ କଥା ମଧ୍ୟ ଲୁଚି ରହିଥାଏ । ତେବେ ଆସନ୍ତୁ ଆଜି ଜାଣିବା ସମୁଦ୍ର ପାଣି ଲୁଣିଆ ହେବା ପଛରେ ଥିବା ସେଇ ପୌରାଣିକ କଥା-
ଶିବ ପୁରାଣ ଅନୁସାରେ ମା ପାର୍ବତୀ ଶିବଙ୍କୁ ପତି ରୂପରେ ପାଇବା ପାଇଁ ଘୋର ତପସ୍ୟା କରିଥିଲେ । ମାତା ପାର୍ବତୀଙ୍କ ତପସ୍ୟା ଏତେ ପ୍ରଭାବି ଥିଲା ଯେ ପୁରା ଦେବ ଲୋକ ଦୋହଲି ଯାଇଥିଲା । ଯେଉଁଥି ପାଇଁ ଦେବତା ମାନେ ମଧ୍ୟ ଭୟବୀତ ହୋଇ ଯାଇଥିଲେ । ତେବେ ଏହି ଭଳି ଏକ ସମୟରେ ସମୁଦ୍ର ଦେବ ମାତା ପାର୍ବତୀଙ୍କ ରୂପରେ ବିମୋହିତ ହୋଇଯାଇଥିଲେ । ଯେତେବେଳେ ମାତା ପାର୍ବତୀଙ୍କର ତପସ୍ୟା ପୂର୍ଣ୍ଣ ହୋଇଥିଲା । ସେତେବେଳେ ସମୁଦ୍ର ଦେବ ମାତା ପାର୍ବତୀଙ୍କ ପାଖକୁ ଆସି ତାଙ୍କୁ ବିବାହ କରିବାକୁ ପ୍ରସ୍ତାବ ଦେଇଥିଲେ । ଯାହାକୁ ସିଧାସିଧା ପ୍ରତ୍ୟାଖାନ କରିଥିଲେ ମାତା ପାର୍ବତୀ । ସେ କୈଳାସପତିଙ୍କୁ ନିଜର ପତି ରୂପେ ମାନି ନେଇଥିବା ଦର୍ଶାଇଥିଲେ ।
ଏଥିରେ କ୍ଷୋଭ ହୋଇ ସମୁଦ୍ର ଦେବ ମହାଦେବଙ୍କୁ ଜଣେ ଆଦିବାସୀ କହିବାକୁ ପଛାଇ ନଥିଲେ । ମୋ ପାଖରେ ଏମିତି କଣ ନାହିଁ ଯାହା ଶିବଙ୍କ ପାଖରେ ଅଛି ବୋଲି ଗର୍ବ କରିଥିଲେ । ତେବେ ମହାଦେବଙ୍କ ଏହି ଅପମାନକୁ ସହ୍ୟ କରି ପାରିନଥିଲେ ମାତା ପାର୍ବତୀ । ଏଥିପାଇଁ ସେ ସମୁଦ୍ର ଦେବଙ୍କ ଉପରେ କ୍ରୋଧାନ୍ୱିତ ହୋଇ ଅଭିଷାପ ଦେଇଥିଲେ । ‘ଯେଉଁ ମିଠା ପାଣିକୁ ନେଇ ତମେ ଏତେ ଗର୍ବ କରୁଛ ତାହା ଆଜିଠାରୁ କ୍ଷାର ଜଳ ହୋଇଯିବ । ଯାହା ମନୁଷ୍ୟର କାର୍ଯ୍ୟରେ ଲାଗିବ ନାହିଁ” ସେହିଦିନ ଠାରୁ ସମୁଦ୍ର ଜଳ ଲୁଣିଆ ହୋଇଯାଇଛି ବୋଲି କଥା ରହିଛି ।