ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଶ୍ରାବଣ ମାସର ପୂଣ୍ଣିମାରେ ପାଳନ କରାଯାଏ ରକ୍ଷାବନ୍ଧନ ପର୍ବ । ସେହିପରି ଚଳିିତମାସ ୨୨ ତାରିଖରେ ପଡୁଛି ରକ୍ଷାବନ୍ଧନ । ଏହି ପର୍ବ ଭାଇ-ଭଉଣୀ ମଧ୍ୟରେ ଥିବା ପ୍ରେମ ଓ ଭଲ ପାଇବାର ପ୍ରତିକ । ଏହିଦିନ ଭଉଣୀଟି ଭାଇର ହାତରେ ରାକ୍ଷୀ ବାନ୍ଧି ତାର ଶୁଭ ମନାସୀ ଥାଏ । ଏହାପରେ ଭାଇ ମଧ୍ୟ ଭଉଣୀକୁ ସବୁଦିନ ପାଇଁ ରକ୍ଷା କରିବାର ବଚନ ଦେଇଥାଏ । ସେଥିପାଇଁ ଭଉଣୀଟି ବଜାରରୁ ବିଭିନ୍ନ ପ୍ରକାରର ରାକ୍ଷୀ କିଣିଥାଏ କିନ୍ତୁ ଭଉଣୀଟି ଭାଇର ରାଶି ଅନୁସାରେ ରାକ୍ଷୀ କିଣି ବାନ୍ଧିବ ତେବେ ଭାଇ ପାଇଁ ସୌଭାଗ୍ୟର ଦ୍ୱାର ଖୋଲିପାରେ । ତେବେ ଆସନ୍ତୁ ଜାଣିବା ଏହି ରକ୍ଷାବନ୍ଧନରେ ଭାଇକୁ ରାଶି ଅନୁସାରେ କେଉଁ ରଙ୍ଗର ରାକ୍ଷୀ ବାନ୍ଧିବା ଶୁଭ ।
ମେଷ ରାଶି: ଏହି ରାଶିର ସ୍ୱାମୀ ମଙ୍ଗଳ । ସେଥିପାଇଁ ଏହି ରାଶିର ବ୍ୟକ୍ତିଙ୍କୁ ଲାଲ ରଙ୍ଗର ରାକ୍ଷୀ ବାନ୍ଧିବା ଶୁଭ । ଏହଦ୍ୱାରା ତାଙ୍କ ଜୀବନରେ ଉତ୍ସାହ ବୃଦ୍ଧି ହୋଇଥାଏ ।
ବୃଷ ରାଶି; ଏହି ରାଶିର ସ୍ୱାମୀ ଗ୍ରହ ଶୁକ୍ର । ସେଥିପାଇଁ ଏହି ରାଶିର ବ୍ୟକ୍ତିଙ୍କୁ ନୀଳ ରଙ୍ଗର ରାକ୍ଷୀ ବାନ୍ଧିବା ଉଚିତ୍ । ଶୁକ୍ରଙ୍କ ପ୍ରଭାବରେ ତାଙ୍କ ଜୀବନରେ ସୁଖ-ସମୃଦ୍ଧି ଆଗମନ ହେବ ।
ମିଥୁନ ରାଶି: ମିଥୁନ ରାଶିର ସ୍ୱାମୀ ବୁଧ ଗ୍ରହ । ଏହି ରାଶିର ବ୍ୟକ୍ତିଙ୍କୁ ସବୁଜ ରଙ୍ଗର ରାକ୍ଷୀ ବାନ୍ଧିବା ଶୁଭ ହୋଇଥାଏ । ଏହାଦ୍ୱାରା ତାଙ୍କ ଜୀବନରେ ଉନ୍ନତି ଏବଂ ଦୀର୍ଘାୟୁ ପ୍ରାପ୍ତି ହେବ ।
କର୍କଟ ରାଶି: ଏହି ରାଶିର ସ୍ୱାମୀ ଚନ୍ଦ୍ରମା । ଏହି ରାଶିର ବ୍ୟକ୍ତିଙ୍କୁ ଧଳା ବା ଚାନ୍ଦୀ ରଙ୍ଗର ରାକ୍ଷୀ ବାନ୍ଧିବା ଉଚିତ୍ । ଏଭଳି କରିବା ଦ୍ୱାରା ତାଙ୍କ ଜୀବନରେ ସୁଖ-ସମୃଦ୍ଧି ଲାଭ ହେବ ।
ସିଂହ ରାଶି : ସିଂହ ରାଶିର ସ୍ୱାମୀ ସୂର୍ଯ୍ୟ । ଏହି ରାଶିର ବ୍ୟକ୍ତିଙ୍କୁ ଲାଲ-ହଳଦିଆ ରଙ୍ଗର ରାକ୍ଷୀ ବାନ୍ଧିବା ଶୁଭ ହୋଇଥାଏ ।
କନ୍ୟା ରାଶି; ଏହି ରାଶିର ସ୍ୱାମୀ ମଧ୍ୟ ବୁଧ ଗ୍ରହ । ଏହି ରାଶିର ବ୍ୟକ୍ତିଙ୍କୁ ମଧ୍ୟ ସବୁଜ ରଙ୍ଗର ରାକ୍ଷୀ ବାନ୍ଧିବା ଶୁଭ ହୋଇଥାଏ ।
ତୁଳା ରାଶି: ତୁଳା ରାଶିର ସ୍ୱାମୀ ଶୁକ୍ର ଗ୍ରହ । ଏହି ରାଶିର ବ୍ୟକ୍ତିଙ୍କୁ ନୀଳ ବା ଧଳା ରଙ୍ଗର ରାକ୍ଷୀ ବାନ୍ଧିବା ଉଚିତ ।
ବିଛା ରାଶି: ଏହି ରାଶିର ବ୍ୟକ୍ତିଙ୍କୁ ଲାଲ ବା ଗୋଲାପୀ ରଙ୍ଗର ରାକ୍ଷୀ ବାନ୍ଧିବା ଶୁଭ ହୋଇଥାଏ ।
ଧନୁ ରାଶି: ଏହି ରାଶିର ସ୍ୱାମୀ ବୃହସ୍ପତି ଗ୍ରହ । ଏହି ରାଶିର ବ୍ୟକ୍ତିଙ୍କୁ ସୁନେଲୀ ରଙ୍ଗର ରାକ୍ଷୀ ବାନ୍ଧିବା ଶୁଭ ।
ମକର ରାଶି: ମକର ରାଶିର ସ୍ୱାମୀ ଶନି । ଏହି ରାଶିର ବ୍ୟକ୍ତିଙ୍କୁ ଗାଢା ନୀଳ ରଙ୍ଗର ରାକ୍ଷୀ ବାନ୍ଧିବା ଶୁଭ ।
କୁମ୍ଭ ରାଶି: ଏହି ରାଶିର ସ୍ୱାମୀ ମଧ୍ୟ ଶନି । ଏହି ରାଶିର ବ୍ୟକ୍ତିଙ୍କୁ ନୀଳ ରଙ୍ଗର ରାକ୍ଷୀ ବାନ୍ଧିବା ଉଚିତ୍
ମୀନ ରାଶି: ମୀନ ରାଶିର ବ୍ୟକ୍ତିଙ୍କୁ ସବୁଜ ରଙ୍ଗର ରାକ୍ଷୀ ବାନ୍ଧିବା ଶୁଭ ହୋଇଥାଏ ।