ଭୁବନେଶ୍ୱର (ଏଟିଆର ବ୍ୟୁରୋ):ହିନ୍ଦୁଧର୍ମରେ ଭଗବାନଙ୍କୁ ପୂଜାକଲା ବେଳେ ବିଭିନ୍ନ ଫୁଲ ଚଢା ଯାଇଥାଏ । ରଙ୍ଗ ବେରଙ୍ଗର ପୁଷ୍ପ ସମସ୍ତଙ୍କୁ ପସନ୍ଦ । ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ କି ଶିବ ଭଗବାନଙ୍କୁ କେଉଁ ପୁଷ୍ପ ଚଢାଇବା ଦ୍ୱାରା ଶୁଭ ହୋଇଥାଏ ।
ଲାଲ ଏବଂ ଧଳା ରଙ୍ଗର ଫୁଲ: ଯେତେବେଳେ ଆମେ ଭଗବାନ ଶିବଙ୍କୁ ପୂଜା କରିଥାଉ, ସେତେବେଳେ ଆମେ ଧଳା ଓ ଲାଲ ରଙ୍ଗର ଫୁଲ ବ୍ୟବହାର କରିଥାଉ । ଏହାଦ୍ୱାର ମୋକ୍ଷ ପ୍ରାପ୍ତି ହୋଇଥାଏ ।
ଚମେଲି ଫୁଲ: ଯେଉଁ ବ୍ୟକ୍ତିଙ୍କୁ ସୁଖ ପ୍ରାପ୍ତି ହେଉ ନାହିଁ, ସେମାନେ ଚମେଲି ଫୁଲ ରେ ଭଗବାନଙ୍କୁ ପୂଜା କରନ୍ତୁ । ଏଭଳି କରିବା ଦ୍ୱାରା ସୁଖ ପ୍ରାପ୍ତି ହୋଇଥାଏ ।
ସାମି ପତ୍ର: ସାମି ପତ୍ରରେ ଭଗବାନ ଶିବଙ୍କୁ ପୂଜା କରିବା ଦ୍ୱାରା ମୋକ୍ଷ ପ୍ରାପକ୍ତ ହୋବର ସାଧନ ହୋଇଥାଏ ।
ବେଲ ଫୁଲ: ଯଦି ଆପଣ ସର୍ବଗୁଣା ସମ୍ପର୍ଣ୍ଣ ପତ୍ନୀ ଚାହୁଁଛନ୍ତି ତେବେ ଭଗବାନ ଶିବଙ୍କୁ ବେଲ ଫୁଲ ଅର୍ପଣ କରନ୍ତୁ ।
ଜୁଇ ଫୁଲ: ଜୁଇ ଫୁଲ ଦ୍ୱାରା ମହାକାଳଙ୍କର ପୂଜା କରିବା ଦ୍ୱାରା ଆପଣଙ୍କ ଘରେ କଦାପି ଅନ୍ନ ହ୍ରାସ ହେବ ନାହିଁ ।
କନିଅର ଫୁଲ: ଭଗବାନ ଶିବଙ୍କୁ କନିଅର ଫୁଲ ଚଢେଇବା ଦ୍ୱାରା ନୂତନ ବସ୍ତ୍ର ପ୍ରାପ୍ତ ହୋଇଥାଏ ।
ଦୁର୍ଦୁରା ଫୁଲ: ଯେଉଁ ବ୍ୟକ୍ତି ଭଗବାନ ଶିବଙ୍କ ପୂଜାରେ ଦୁର୍ଦୁରା ଫୁଲ ଅର୍ପଣ କରିଥାଏ । ତେବେ ଭୋଳାନାଥ ତାଙ୍କୁ ସୁଯୋଗ୍ୟ ପୁତ୍ରର ଆର୍ଶିବାଦ କରିଥାନ୍ତି ।
ହରସିଂଗାର ଫୁଲ: ସୁଖ ସମ୍ପତ୍ତି ବୃଦ୍ଧି ହେତୁ ଭଗବାନ ଶିବଙ୍କୁ ହରସିଂଗାର ଫୁଲ ଅର୍ପଣ କରନ୍ତୁ ।