ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଭଗବାନ ଶିବ ଏବଂ ପାର୍ବତୀ ପୁତ୍ର ଗଣେଶଙ୍କୁ ବିଘ୍ନହର୍ତା ଏବଂ ଅଗ୍ରପୂଜ୍ୟ ବୋଲି କୁହାଯାଇଥାଏ । କୌଣସି ଶୁଭ କାର୍ଯ୍ୟରେ ସର୍ବପ୍ରଥମେ ଗଣେଶ ଭଗବାନଙ୍କ ପୂଜା କରାଯାଇଥାଏ । ମାନ୍ୟତା ରହିଛି କି ବିଘ୍ନହର୍ତା ହେବା ଯୋଗୁଁ ଗଣେଶଙ୍କ ପୂଜା ସର୍ବପ୍ରଥମେ କରିବା ଦ୍ୱାରା ସମସ୍ତ ବାଧା ବିଘ୍ନ ଦୂର ହୋଇଥାଏ । ସେହିପରି ଗଣେଶ ଭଗବାନଙ୍କ ପ୍ରିୟ ଦିନ ହେଉଛି ବୁଧବାର । ଏହି ଦିନ ବିଧିବିଧାନ ସହ ଗଣେଶଙ୍କୁ ପୂଜା କରିବା ଦ୍ୱାରା ବିଶେଷ ଲାଭ ପ୍ରାପ୍ତ ହୋଇଥାଏ ବୋଲି ବିଶ୍ୱାସ ରହିଛି ।
ପୌରାଣି ମାନ୍ୟତାନୁସାରେ, ଯେତେବେଳେ ମାତା ପାର୍ବତୀ ତାଙ୍କ ଦେହର ମଳିରୁ ଗଣେଶଙ୍କୁ ସୃଷ୍ଟି କରିଥିଲେ ସେହିସମୟରେ କୈଳାଶ ପର୍ବତ ଉପରେ ଉପସ୍ଥିତ ଥିଲେ ବୁଧଦେବ । ସେଥିପାଇଁ ଗଣେଶଙ୍କ ପ୍ରିୟଦିନ ହେଉଛି ବୁଧବାର । ଏହାବ୍ୟତିତ ଗଣେଶଙ୍କୁ ବୁଧଙ୍କ କାରକ ଦେବ ବୋଲି କୁହାଯାଇଥାଏ । ଜ୍ୟୋତିଶଙ୍କ ମତରେ ବୁଧବାର ଗଣେଶଙ୍କୁ ବିଧିପୂର୍ବକ ପୂଜା କରିବା ଦ୍ୱାରା ବୁଦ୍ଧ ଗ୍ରହ ଦୋଷ ମଧ୍ୟ ଦୂର ହୋଇଥାଏ ।
ବୁଧବାର ଗଣେଶଙ୍କୁ ପୂଜା କରିବା ଦ୍ୱାରା କେବଳ ବୁଦ୍ଧ ଗ୍ରହ ଦୋଷ ଦୂର ହୁଏ ତାହା ନୁହେଁ ବରଂ ରିଦ୍ଧି-ସିଦ୍ଧି, ଶୁଭ-ଲାଭ ପ୍ରାପ୍ତି ହୋଇଥାଏ । ସମସ୍ତ ପ୍ରକାରର ବାଧା ବିଘ୍ନ, କଷ୍ଟ ଆଦି ଦୂର ହୋଇଥାଏ ।