ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ସେ ବୁଦ୍ଧିର ଦାତ୍ତା, ସେ ରିଦ୍ଧି-ସିଦ୍ଧିର ଦାତ୍ତା । ସେ ହେଉଛନ୍ତି ଗଣପତି ବପ୍ପା । ତାଙ୍କ ଆରାଧନା କରିବା ଦ୍ୱାରା ସମସ୍ତ ସକଳ ମନୋରଥ ସିଦ୍ଧି ହୋଇଯାଏ । ଏହାସହିତ ଆୟ, ଆୟୁ, ଭାଗ୍ୟ, ଧନ ଏବଂ ଐଶ୍ଚର୍ଯ୍ୟରେ ବୃଦ୍ଧି ହୋଇଥାଏ । ଗଣେଶ ଚତୁର୍ଥୀରେ ଗଣପତି ବପ୍ପାଙ୍କର ବିଶେଷ ପୂଜାର୍ଚ୍ଚନା କରାଯାଇଥାଏ । ପ୍ରତ୍ୟେକ ବ୍ୟକ୍ତି ଘରକୁ ଗଣପତି ମୂର୍ତ୍ତି ଆଣି ପୂଜା କରିଥାନ୍ତି । କିନ୍ତୁ ଆପଣ ଜାଣିଛନ୍ତି କି କାହିଁକି ସର୍ବପ୍ରଥମେ ଗଣେଶ ଭଗବାନଙ୍କ ପୂଜା କରାଯାଇଥାଏ । ତେବେ ଆସନ୍ତୁ ଜାଣିବା ।
ସନାତନ ଧର୍ମ ଶାସ୍ତ୍ରରେ ବର୍ଣ୍ଣିତ ଅଛି କି, ଥରେ ଦେବତାଙ୍କ ମଧ୍ୟରେ ଶ୍ରେଷ୍ଠତାକୁ ନେଇ ବାକ୍ୟ ଯୁଦ୍ଧ ଆରମ୍ଭ ହୋଇଥିଲା । ସେହି ସମୟରେ ସମସ୍ତ ଦେବତା ନିଜ ନିଜକୁ ଶ୍ରେଷ୍ଠ ବୋଲି କହିଥିଲେ । ଏହାକୁ ଦେଖି ନାରଦ ଦ୍ୱନ୍ଦରେ ପଡିଗଲେ କି ଦେବତାଙ୍କ ମଧ୍ୟରେ ଏଭଳି ଯଦି ହୁଏ ତେବେ ଏହାର ଲାଭ ଦାନବ ଅବଶ୍ୟ ଉଠାଇବେ ।
ଏହାକୁ ମନେ ମନେ ଭାବି ନାରଦ, ସମସ୍ତ ଦେବତାଙ୍କୁ ଭଗବାନ ଶିବଙ୍କ ଶରଣରେ ଯିବାକୁ ପରାମର୍ଶ ଦେଲେ । ଏହାପରେ ସମସ୍ତ ଦେବତା ଶିବଙ୍କ ନିକଟରେ ପହଁଚି ତାଙ୍କୁ ସମସ୍ତ କଥା ଅବଗତ କରାଇଲେ । ସେହି ସମୟରେ ମହାଦେବ କହିଲେ କି ଏହା ତ ଗମ୍ଭୀର ବିଷୟ ଅଟେ । କାରଣ ଆପଣ ସମସ୍ତେ ନିଜ ନିଜ ମଧ୍ୟରେ ସର୍ବଶ୍ରେଷ୍ଠ । କିନ୍ତୁ ସର୍ବପ୍ରଥମେ ଆପଣମାନଙ୍କ ମଧ୍ୟରୁ ଜଣେ ହିଁ ପୂଜା ପାଇବେ । ସେଥିପାଇଁ ଆପଣ ସମସ୍ତେ ବ୍ରହ୍ମାଣ୍ଡ ପରିକ୍ରମା କରି ଆସନ୍ତୁ । ଆପଣଙ୍କ ମଧ୍ୟରୁ ଯିଏ ପ୍ରଥମରେ କୈଳାଶରେ ପହଁଚିବେ ତାଙ୍କୁ ହିଁ ବିଜେତା କରାଯିବ । ଏହାସହିତ ସର୍ବପ୍ରଥମେର ତାଙ୍କର ହିଁ ପୂଜା କରାଯିବ ।
ଏହାକୁ ଶୁଣିବା ପରେ ସମସ୍ତ ଦେବତା ନିଜ ନିଜର ବାହାନ ଉପରେ ବସି ବ୍ରହ୍ମାଣ୍ଡ ପରିକ୍ରମାରେ ବାହାରି ପଡିଲେ । ଏହି ପ୍ରତିଯୋଗୀରେ ଗଣେଶ ଭଗବାନ ମଧ୍ୟ ସାମିଲ ଥିଲେ । ସମସ୍ତ ଦେବତା ପରିକ୍ରମା ପାଇଁ ବାହାରିବା ପରେ ଗଣେଶ ଭଗବାନ ତାଙ୍କ ମାତା-ପିତା ଅର୍ଥାତ ମାହାଦେବ ଏବଂ ମାତା ପାର୍ବତୀଙ୍କର ସାତ ଥର ପରିକ୍ରମା କରି ତାଙ୍କ ଶରଣାଗତ ହୋଇଥିଲେ । ଏହାପରେ ଗୋଟେ ଗୋଟେ ହୋଇ ସମସ୍ତ ଦେବତା କୈଳାଶ ଫେରିଲେ । ସମସ୍ତେ ଫେରିବା ପରେ ଭଗବାନ ଶିବ ଗଣେଶ ଭଗବାନଙ୍କୁ ବିଜେତା ଘୋଷଣା କରିଥିଲେ । ଏହାକୁ ଶୁଣିବା ପରେ ସମସ୍ତ ଦେବତା ଆଶ୍ଚର୍ଯ୍ୟ ହୋଇଗଲେ । ଏହାପରେ ଭଗବାନ ଶିବ କହିଲେ କି ମାତା-ପିତାଙ୍କ ସ୍ଥାନ ସର୍ବୋତ୍ତମ । ତାଙ୍କ ପୂଜା ଏବଂ ସେବା ସର୍ବ ପ୍ରଥମେ କରାଯାଏ । ଅର୍ଥାତ ଆଜିଠୁ ଗଣେଶଙ୍କ ପୂଜା ସର୍ବ ପ୍ରଥମେ କରାଯିବ । ଏହାପରେ ସମସ୍ତ ଦେବତା ଶିବଙ୍କର ନିଷ୍ପତିକୁ ସ୍ୱୀକାର କଲେ । ସେବେଠୁ ଭଗବାନ ଗଣେଶଙ୍କ ପୂଜା ସର୍ବପ୍ରଥମେ କରାଯାଉଛି ।