ଭୁବନେଶ୍ୱର (ଏଟିଆର ବ୍ୟୁରୋ): ବ୍ରହ୍ମାଣ୍ଡର କୋଣ ଅନୁକୋଣରେ ଭଗବାନ ଶିବ ରହିଛନ୍ତି । ତାଙ୍କୁ ଭୋଳାବାବା ନାମରେ ଡକାଯାଇଥାଏ । ଭୋଳାନାଥଙ୍କ ପ୍ରସନ୍ନ କରିବା ପାଇଁ ଅନେକ ଉପାୟମାନ କରାଯାଇଥାଏ । ହୁଏତ ଛୋଟ-ମୋଟ ନିୟମ ପାଳିବାକୁ ପଡିଥାଏ, ନଚେତ୍ ଅସୁବିଧାରେ ପଡିପାରନ୍ତି । ଆଜି ଆମେ ଆପଣଙ୍କୁ ସେଭଳି କିଛି ନିୟମ ବିଷୟରେ କହିବାକୁ ଯାଉଛୁ..
ଭଗବାନ ଶିବଙ୍କ ପୂଜା ସମୟରେ ଭୁଲ୍ ରେ ବି ଶଙ୍ଖ ବ୍ୟବହାର କରନ୍ତୁ ନାହିଁ । ଶିବପୁରାଣ ଅନୁଯାୟୀ, ପୁରାତନ କାଳରେ ଶଙ୍ଖଚୂଡ ନାମରେ ଜଣେ ମହାପରାକ୍ରମୀ ଦୈତ୍ୟ ଥିଲେ । ସେ ହେଉଛନ୍ତି ଦୈତ୍ୟରାଜ ଦମ୍ଭ ଙ୍କ ପୁତ୍ର ।
ଦୈତ୍ୟରାଜ ଦମ୍ଭ ଅନେକ ବର୍ଷ ଧରି ଭଗବାନ୍ ବିଷ୍ଣଙ୍କ ତପସ୍ୟା କରିଥିଲେ ଏବଂ ତାଙ୍କୁ ତିନି ଲୋକ ପାଇଁ ଅଜୟ ଏବଂ ମହାପରାକ୍ରମୀ ପୁତ୍ର ବର କାମନା କରିଥିଲେ । କେବଳ ଏତିକି ନୁହେଁ ଦମ୍ଭଙ୍କ ପୁତ୍ର ଶଙ୍ଖଚୂଡ ବ୍ରହ୍ମାଙ୍କ ତପସ୍ୟା କରି ସ୍ୱୟଂ ଅଜୟ ହେବାର ବରଦାନ ହାସିଲ କରିଥିଲେ । ଫଳସ୍ୱରୂପ କିଛି ସମୟ ପରେ ସେ ତିନି ଲୋକ ଉପରେ ନିଜର ସ୍ୱାମିତ ସ୍ଥାପିତ କରିଥିଲେ । ଶଙ୍ଖଚୂଡଙ୍କ ଅତ୍ୟାଚାରରେ ତିନି ଲୋକ ଖରାପ ଭାବେ ପ୍ରବାଭିତ ହୋଇଥିଲେ । ମଣିଷ ତ ଦୂରର କଥା ଦେବତାମାନେ ବି ଏଥିରେ ବିରକ୍ତି ହୋଇଯାଇଥିଲେ । ଏଥିରୁ ରକ୍ଷା ପାଇବା ପାଇଁ ସମସ୍ତେ ଭଗବାନ ଶିବଙ୍କ ପାଖକୁ ଯାଇଥିଲେ । କିନ୍ତୁ ଶିବ ଶଙ୍ଖଚୂଡକୁ ବଧ କରିବାରେ ଅସମର୍ଥ ଥିଲେ, କାରଣ ସେ ଶ୍ରୀକୃଷ୍ଣଙ୍କ କବଜ ଏବଂ ତୁଳସୀ ର ପତିବ୍ରତ ଧର୍ମ ପ୍ରାପ୍ତି କରିଥିଲେ ।
ଏହି ମଧ୍ୟରେ ଭଗବାନ ବିଷ୍ଣୁ ବ୍ରହ୍ମାଣ ବେଶରେ ଆସି ଶଙ୍ଖଚୂଡଠାରୁ କବଚ ଦାନରେ ନେଇଥିଲେ । ଏହାସହିତ ଶଙ୍ଖଚୂଡ ରୂପ ଧାରଣ କରି ତୁଳସୀର ଶୀଳା ମଧ୍ୟ ହରଣ କରିନେଇଥିଲେ । ଏହି ସମୟରେ ମହାଦେବ ତାଙ୍କ ତ୍ରିଶୂଳରେ ଶଙ୍ଖଚୂଡକୁ ଭସ୍ମ କରିଦେଇଥିଲେ । କୁହାଯାଏ କି ଶଙ୍ଖଚୂଡର ହାଡରୁ ହିଁ ଶଙ୍ଖର ଉତ୍ପତି ହୋଇଛି । ସେଥିପାଇଁ ଏହି କାରଣରୁ ଭଗବାନ ଶିବଙ୍କ ପୂଜାରେ ଶଙ୍ଖ ବ୍ୟବହାର କରାଯାଏ ନାହିଁ ।