ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଆମ ସଭ୍ୟ ସମାଜରେ ଆଜି ବି ବେଶ୍ୟା କୁ ଘୃଣ୍ୟ ଦୃଷ୍ଟିରେ ଦେଖାଯାଉଛି । କିନ୍ତୁ ସବୁଠାରୁ ଆଶ୍ଚର୍ଯ୍ୟ କଥା ହେଉଛି ଯାହାକୁ ଆମ ସମାଜ ଘୃଣ୍ୟ ଦୃଷ୍ଟିରେ ଦେଖୁଛି ସେହି ବେଶ୍ୟାଳୟର ମାଟିରେ ହିଁ ମା ଦୁର୍ଗାଙ୍କ ମୂର୍ତ୍ତି ତିଆରି କରାଯାଇଥାଏ । ମାତ୍ର ଆପଣଙ୍କ ମନରେ ଏନେଇ ନିଶ୍ଚୟେ ପ୍ରଶ୍ନ ଉଠୁଥିବ କି ମାଙ୍କ ମୂର୍ତ୍ତି ପାଇଁ କାହିଁକି ବେଶ୍ୟାଳୟ ମାଟି ବ୍ୟବହାର କରାଯାଏ । ତେବେ ଆଜି ଆମେ ଆପଣଙ୍କୁ ଏହାର କିଛି ପୌରାଣିକ ମହତ୍ୱ ବିଷୟରେ କହିବାକୁ ଯାଉଛୁ ।
ପାରମ୍ପରିକ ମାନ୍ୟତା ଅନୁଯାୟୀ, ଗୋମୂତ୍ର, ଗୋବର, କାଠି, ସିନ୍ଦୁର, ପବିତ୍ର ନଦୀର ମାଟି, ବନସ୍ପତି ଏବଂ ଜଳ ସହିତ ନିଷିଧ ପାଲିର ମାଟିରେ ମାତାଙ୍କ ମୂର୍ତ୍ତି ତିଆରି ସର୍ବଶ୍ରେଷ୍ଠ ହୋଇଥାଏ । ବେଶ୍ୟାଙ୍କ ଆଖ ପାଖ ଅଞ୍ଚଳକୁ ନିଷିଧ ପାଲି ବୋଲି କୁହାଯାଇଥାଏ । ଯେଉଁଠିକୁ ଯିବା ନିଷେଧ । ମୂର୍ତ୍ତି ତିଆରିରେ ବେଶ୍ୟାଳୟ ମାଟି ମିଶିଲେ ତାହା ପୂର୍ଣ୍ଣ ହୋଇଥାଏ ବୋଲି ମାନ୍ୟତା ରହିଛି । ଏହି ପରମ୍ପରା ବହୁ ପୁରାତନ କାଳରୁ ପ୍ରଚଳିତ ହୋଇ ଆସୁଛି ।
କୋଲକାତା ସ୍ଥିତ କୁମରଟଲୁ ଅଞ୍ଚଳରେ ସବୁଠାରୁ ଅଧିକ ମୂର୍ତ୍ତି ତିଆରି କରାଯାଇଥାଏ । ସେଠାରେ ମା’ଙ୍କ ମୂର୍ତ୍ତି ତିଆରି ପାଇଁ ସୋନାଗାଚ୍ଛୀର ମାଟି ବ୍ୟବହାର କରାଯାଇଥାଏ । ସୋନାଗାଚ୍ଛୀ ଅଞ୍ଚଳ ବିଷୟରେ ଆପଣମାନେ ସମସ୍ତେ ନିଶ୍ଚିତ ରୂପେ ଜାଣିଥିବେ, ଏହା କୋଲକାତାର ସବୁଠାରୁ ବଡ ରେଡ୍ ଲାଇଟ୍ ଏରିୟା, ଯାହାକୁ ଦେହ ବେପାରର ଗଡ ବୋଲି କୁହାଯାଏ ।
ପାରମ୍ପରିକ ଅନୁଯାୟୀ,ପ୍ରାଚୀନ କାଳରେ ମା’ ଦୁର୍ଗାଙ୍କର ଜଣେ ବେଶ୍ୟା ଭକ୍ତ ଥିଲେ । ତାକୁ ତିରସ୍କାରରୁ ରକ୍ଷା କରିବା ପାଇଁ ମା’ ସ୍ୱୟଂ ତାର ଅଗଣା ମାଟିରୁ ନିଜ ମୂର୍ତ୍ତି ସ୍ଥାପିତ କରିବା ପରମ୍ପରା ଆରମ୍ଭ କରିଥିଲେ ।
ସେହିପରି ଅନ୍ୟ ଏକ ମାନ୍ୟତା ଅନୁଯାୟୀ,ଯେବେ ବି କୌଣସି ବ୍ୟକ୍ତି ବେଶ୍ୟାଳୟକୁ ଯାଇଥାନ୍ତି, ସେଠାରେ ସେ ତାଙ୍କର ସମସ୍ତ ପବିତ୍ରତା , ମାନସମ୍ମାନ,ପୁଣ୍ୟ ଆଦିକୁ କାଢି ଫିଙ୍ଗି ଦେଇଥାନ୍ତି । ଭିତରେ ସେ କେବଳ ପୁରୁଷ ହିଁ ରହିଯାଇଥାନ୍ତି । ସେଥିପାଇଁ ମାଙ୍କ ମୂର୍ତ୍ତି ତିଆରିରେ ବେଶ୍ୟାଳୟା ମାଟି ଶୁଭ ହୋଇଥାଏ କାରଣ ସେମାନେ ସାରା ଦୁନିଆର ପୁରୁଷଙ୍କ ପବିତ୍ରତାକୁ ନିଜ ଦେହକୁ ନେଇ ଯାଇଥାନ୍ତି ।
ପ୍ରକୃତରେ ଦେବୀ ଦୁର୍ଗା ମହିଷାଶୁର ବଧ କରିଥିଲେ । କୁହାଯାଏ ମା’ଙ୍କ ସମ୍ମାନ ସହିତ ମହିଷାଶୁର ଖେଳିଥିଲେ, ତାଙ୍କର ଉପହାସ କରିଥିଲେ । ମହିଷାଶୁରର ଏଭଳି ଦୁର୍ବ୍ୟବହାର ପରେ ମା’ ଦୁର୍ଗା ରାଗି ଯାଇ ତାକୁ ବଧ କରିଥିଲେ । ଏଥିପାଇଁ ବେଶ୍ୟା ବୃତ୍ତିରେ ଲିପ୍ତ ଥିବା ମହିଳାଙ୍କ ଘରୁ ମାଟି ଆଣିବା ପରମ୍ପରା ଆରମ୍ଭ ହୋଇଥିଲା ।