ଭୁବନେଶ୍ୱର (ଏଟିଆର ବ୍ୟୁରୋ): ହିନ୍ଦୁ ଧର୍ମରେ ଯଜ୍ଞ ଏବଂ ହୋମ କରିବାର ପରମ୍ପରା ପୁରାତନ କାଳରୁ ପ୍ରଚଳିତ । ଯଜ୍ଞ ଏବଂ ହୋମ ସମୟରେ ଅନେକ ନିୟମ ପାଳନ କରାଯାଏ । ଆହୁତି ପକାଇବା ସମୟରେ ସ୍ୱାହା କୁହାଯାଇଥାଏ । କୁହାଯାଏ କି ଯଦି ଆହୁତି ସମୟରେ ସ୍ୱାହା କହିବନି ତେବେ ସେହି ଆହୁତିକୁ ଦେବା-ଦେବୀ ଗ୍ରହଣ କରନ୍ତି ନାହିଁ ।
– ଧର୍ମ ଗ୍ରନ୍ଥ ଅନୁସାରେ ଅଗ୍ନିଦେବଙ୍କ ପତ୍ନୀ ହେଉଛନ୍ତି ସ୍ୱାହା । ସେଥିପାଇଁ ହୋମର ପ୍ରତ୍ୟେକ ମନ୍ତ୍ର ପରେ ସ୍ୱାହା ଉଚ୍ଚାରଣ କରାଯାଇଥାଏ ।
– ସ୍ୱାହାର ଅର୍ଥ ସଠିକ ଭାବେ ବିତରଣ କରିବା । ଅନ୍ୟ ଅର୍ଥରେ ଜରୁରୀ ପଦାର୍ଥକୁ ତାଙ୍କ ପ୍ରିୟଙ୍କ ନିକଟରେ ପହଁଚାଇବା । ଏନେଇ ଶିବପୁରାଣରେ ବର୍ଣ୍ଣିତ ଅଛି ।
– ହୋମରେ ମନ୍ତ୍ର ପାଠ ପରେ ସ୍ୱାହା କହି ହୋମ ସାମଗ୍ରୀ, ଅର୍ଘ୍ୟ ଦିଆଯାଇଥାଏ । ଏହାଦ୍ୱାରା ଭଗବାନ ପ୍ରସନ୍ନ ହୋଇଥାନ୍ତି ।
– ଯଜ୍ଞ ବା ହୋମ ସେତେବେଳେ ଯାଏଁ ସଫଳ ହୋଇନଥାଏ ଯେତେବେଳେ ଯାଏଁ ଦେବତାମାନେ ଗ୍ରହଣ କରିନଥାନ୍ତି । ଯେତେବେଳେ ହୋମରେ ସ୍ୱାହା କୁହାଯାଏ ସେତେବେଳେ ଦେବାଦେବୀ ଗ୍ରହଣ କରିଥାନ୍ତି ।
– ପୌରାଣିକକଥାନୁସାରେ ଦକ୍ଷ ପ୍ରଜାପତିଙ୍କ ପୁତ୍ରୀ ଥିଲେ ସ୍ୱାହା । ଅଗ୍ନିଦେବଙ୍କ ସହ ତାଙ୍କ ବିବାହ ହୋଇଥିଲା । ଅଗ୍ନିଦେବ ତାଙ୍କ ପତ୍ନୀ ସ୍ୱାହା ମାଧ୍ୟମରେ ହବିଷ୍ୟ ଗ୍ରହଣ କରନ୍ତି ।