ଭୁବନେଶ୍ୱର (ଏଟିଆର ବ୍ୟୁରୋ): ମଣିଷ ମନରେ ସର୍ବଦା କିଛି ନା କିଛି ଇଛା ନାହାତି ଥାଏ । ସେହି ଇଛାକୁ ପୂରଣ କରିବା ପାଇଁ ମଣିଷ ବିଭିନ୍ନ ଉପାୟ କରିଥାଏ କିନ୍ତୁ ଅନେକ ସମୟରେ ସେହି ମନସ୍କାମନା ପୂରଣ ହୋଇନଥାଏ । ସେଥିପାଇଁ ଆଜି ଆମେ କିଛି ସରଳ ଉପାୟ ବିଷୟରେ କହିବାକୁ ଯାଉଛୁ, ଯାହାକୁ ଆପଣାଇବା ଦ୍ୱାରା ଆପଣଙ୍କ ମନସ୍କାମନା ପୂରଣ ହେବ ।
ମୁଖ୍ୟତଃ ଦେବା-ଦେବୀଙ୍କ ବାହନ କାନରେ ଆପଣଙ୍କ ଇଛାକୁ ଜଣାନ୍ତୁ । ଏହାଦ୍ୱାରା ଆପଣଙ୍କ ମନସ୍କାମନା ନିହାତି ଭାବେ ପୂରଣ ହେବ । ମାତ୍ର ମନସ୍କାମନା ଟି ଯେପରି କୌଣସି ଅହିତ, ଖରାପ ଚିନ୍ତାଧାର ଏବଂ ଅନ୍ୟକୁ ତଳୁଆ ଦେଖାଇବା ଉପରେ ନ ହୋଇଥିବ ।
ମୂଷା: ମୂଷା ଗଣେଶଙ୍କ ବାହାନ । ପ୍ରତ୍ୟେକ ମନ୍ଦିରରେ ଗଣେଶଙ୍କ ସହିତ ମୂଷା ବିରାଜମାନ ହୋଇଥାନ୍ତି । କୁହାଯାଏ କି ମୂଷା କାନରେ ନିଜର ମନସ୍କାମନା କହିବା ଦ୍ୱାରା ସେ ସିଧାସଳକ ଗଣେଷ ଭଗବାନଙ୍କୁ ଜଣାଇଥାନ୍ତି ଏବଂ ବ୍ୟକ୍ତିଙ୍କ ମନସ୍କାମନା ପୂରଣ ହୋଇଯାଇଥାଏ ।
ନନ୍ଦୀ : ନନ୍ଦୀ ହେଉଛନ୍ତି ଭଗବାନ ଶିବଙ୍କ ବାହାନ । ଶିବ ମନ୍ଦିର ସାମ୍ନାରେ ନନ୍ଦୀ ବିରାଜମାନ ଥିବା ଦେଖିବାକୁ ମିଳିଥାଏ । ସେଥିପାଇଁ ଯଦି ଆପଣ ଆପଣଙ୍କର କୌଣସି ଇଛା ନନ୍ଦୀଙ୍କ କାନରେ ଜଣାଉଛନ୍ତି ତେବେ ସେ ସିଧା ଭଗବାନ ଶିବଙ୍କ ପାଖରେ ପହଁଚାଇ ଥାନ୍ତି । ଏହାସହିତ ବହୁତ ଶୀଘ୍ର ମନସ୍କାମନା ପୂରଣ ହୋଇଥାଏ ।
ସିଂହ : ମାତାରାଣୀଙ୍କ ବାହାନ ହେଉଛନ୍ତି ସିଂହ । ମାତାରାଣୀଙ୍କର ଏହି ବାହାନ ଖୁବ୍ ଶକ୍ତିଶାଳୀ । କୁହାଯାଏ ଦେବୀ ମାତାଙ୍କର ଏହି ବାହାନଙ୍କ କର୍ଣ୍ଣରେ ମନସ୍କାମନା ଜଣାଇବା ଦ୍ୱାରା ବହୁତ ଶୀଘ୍ର ମନସ୍କାମନା ପୂରଣ ହୋଇଥାଏ ।