ଭୁବନେଶ୍ୱର (ଏଟିଆର ବ୍ୟୁରୋ): ହିନ୍ଦୁଧର୍ମରେ ଧାର୍ମିକ କାର୍ଯ୍ୟ କରିବା ସମୟରେ ମଥାରେ ତିଲକ ଲଗାଯାଇଥାଏ । ତିଲକ ଲଗାଇବା ପରେ ତା ଉପରେ ଚାଉଳ ବି ଲଗାଯାଏ । କିନ୍ତୁ ଆପଣମାନେ ଜାଣିଛନ୍ତି କି, ମଥାରେ ତିଲକ ପରେ ଚାଉଳ କାହିଁକି ଲଗାଯାଇଥାଏ । ତେବେ ଆସନ୍ତୁ ଜାଣିବା ଏହା ପଛରେ ଥିବା କାରଣ ।
ମଥାରେ ତିଲକ ଲଗାଇବା ପରେ ଚାଉଲ ଲଗାଇବାର ବୈଜ୍ଞାନିକ କାରଣ ବୋଲି କୁହାଯାଉଛି । କୁହାଯାଏ କି ତିଲକ ଲଗାଇବା ଦ୍ୱାରା ମସ୍ତିସ୍କ ଶାନ୍ତି ଏବଂ ଶୀତଳତା ହୋଇ ରୁହେ । ଏହାସହିତ ଚାଉଳ ଲଗାଇବାର କାରଣ ହେଉଛି ଶୁଦ୍ଧତା ବା ପବିତ୍ରତା । ହିନ୍ଦୁଧର୍ମରେ ଚାଉଲକୁ ଶୁଦ୍ଧତାର ପ୍ରତୀକ ବୋଲି କୁହାଯାଉଛି । ଏହି ଚାଉଳକୁ ଯଜ୍ଞକୁଣ୍ଡରେ ଦେବା-ଦେବୀଙ୍କୁ ସମର୍ପଣ କରାଯାଏ । ଚାଉଳ ସକରାତ୍ମକ ପ୍ରତୀକ ।
ହିନ୍ଦୁଧର୍ମାନୁଯାୟୀ ମଥାରେ ତିଲକ ଲଗାଇବାର ବିଶେଷ ମହତ୍ୱ ରହିଛି । ପୂଜା-ପାଠ, ବିବାହ, ଜନ୍ମଦିନ ଭଳି ଶୁଭକାର୍ଯ୍ୟରେ ମଥାରେ ତିଲକ ଲଗାଯିବାର ବିଧି ରହିଛି । ଶ୍ୱେତ ଚନ୍ଦନ, ଲାଲ ଚନ୍ଦନ, କୁମକୁମ୍, ବେଲପତ୍ର, ଭସ୍ମ ଆଦି ଦ୍ୱାରା ତିଲକ ଲଗାଇବା ଶୁଭ ।