ଭୁବନେଶ୍ୱର (ଏଟିଆର ବ୍ୟୁରୋ): ହିନ୍ଦୁ ଧର୍ମରେ ରବିବାରକୁ ସୂର୍ଯ୍ୟଦେବଙ୍କୁ ସମର୍ପିିତ କରାଯାଇଛି । ଗ୍ରହମାନଙ୍କର ରାଜା ହେଉଛନ୍ତି ସୂର୍ଯ୍ୟଦେବ । ତାଙ୍କ କୃପାରେ ବ୍ୟକ୍ତି ଜୀବନରେ ଉନ୍ନତି କରିଥାନ୍ତି । ସୂର୍ଯ୍ୟଦେବଙ୍କୁ ପ୍ରସନ୍ନ କରିବା ପାଇଁ ରବିବାର ଅନେକ ଉପାୟମାନ କରାଯାଇଥାଏ ।
ସୂର୍ଯ୍ୟଦେବଙ୍କ କୃପାରୁ ବ୍ୟକ୍ତି ନିରୋଗୀ ରହିଥାନ୍ତି । ଜାତକରେ ସୂର୍ଯ୍ୟ ମଜବୁତ ଥିଲେ ଜୀବନରେ ସୁଖ, ସମ୍ପତି ଏବଂ ଯଶ ପ୍ରାପ୍ତି ହୋଇଥାଏ । ସେହିପରି କିଛି କାମ ରହିଛି ଯାହାକୁ ରବିବାର କରିବା ଉଚିତ ନୁହେଁ । ତେବେ ଆସନ୍ତୁ ଜାଣିବା..
ଜ୍ୟୋତିଷ ଶାସ୍ତ୍ର ଅନୁସାରେ ରବିବାର ଲୁଣ ଖାଇବା ଉଚିତ୍ ନୁହେଁ । ମାନ୍ୟତା ରହିଛି କି ରବିବାର ଲୁଣ ଖାଇବା ଦ୍ୱାରା ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପଡିଥାଏ । ବ୍ୟକ୍ତିଙ୍କ ପ୍ରତ୍ୟେକ କାର୍ଯ୍ୟରେ ବାଧା ଉପୁଜେ ।
ରବିବାର ଦିନ ଭୁଲରେ ମଧ୍ୟ ପଶ୍ଚିମ ଏବଂ ବାୟବ୍ୟ କୋଣ ଆଡକୁ ଯାତ୍ରା କରିବା ଉଚିତ୍ ନୁହେଁ । ଯଦି କୌଣସି କାରଣ ବସତଃ ଏହି କୋଣକୁ ରବିବାର ଯାତ୍ରା କରିବାକୁ ପଡେ ତେବେ ଘରୁ ଘିଅ ବା ପାନ ଖାଇ ବାହାରନ୍ତୁ ।
ରବିବାର ତମ୍ବାରେ ନିର୍ମିିତ ଜିନିଷ ବିକ୍ରି କରିବା ଉଚିତ୍ ନୁହେଁ । ଏହାଦ୍ୱାରା ଜାତକରେ ସୂର୍ଯ୍ୟଙ୍କ ସ୍ଥିତି କମଜୋର ହୋଇଯାଏ ।
ରବିବାର ଦିନ ବ୍ୟକ୍ତି କେଶ କାଟିବା ଉଚିତ୍ ନୁହେଁ । କୁହାଯାଏ କି ଏଭଳି କରିବା ଦ୍ୱାରା ସୂର୍ଯ୍ୟ କମଜୋର ହୋଇଯାନ୍ତି ।