(ଏଟିଆର ବ୍ୟୁରୋ): କୌଣସି ବି ଶୁଭ କାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ ପ୍ରଥମେ ଗଣେଶ ଭଗବାନଙ୍କୁ ପୂଜାର୍ଚ୍ଚନା କରାଯାଇଥାଏ । କୁହାଯାଏ ସମସ୍ତ ବିଗିଡି ଯାଇଥିବାର କାମ ସୁଧାରି ଦେଇଥାନ୍ତି ଗଣେଶ ଭଗବାନ । ଏହାସହିତ ଅସମ୍ଭବ କାମ ବି ପୂର୍ଣ୍ଣ କରିଥାନ୍ତି ଗଜାନନ । ଭଗବାନ ଗଣେଶଙ୍କର ପ୍ରିୟ ହେଉଛି ମୋଦକ ।ସେଥିପାଇଁ ଭଗବାନଙ୍କଠାରେ ମୋଦକ ଏବଂ ଦୁବ ଚଢାଇବା ଦ୍ୱାରା ପ୍ରସନ୍ନ ହୋଇଥାନ୍ତି ଗଜାନନ । ଏହାସହିତ ଭକ୍ତଙ୍କ ସମସ୍ତ ମନସ୍କାମନା ପୁରଣ ହୋଇଥାଏ । କିନ୍ତୁ ଆପଣଙ୍କ ଜାଣିଛନ୍ତି କି ଭଗବାନ ଗଣେଶଙ୍କ ଠାରେ କାହିଁକି ତୁଳସୀ ଚଢା ଯାଏ ନାହିଁ । ଏହା ପଛର ପୌରାଣିକ କଥା ରହିଛି । ଆସନ୍ତୁ ଜାଣିବା ।
ପୌରାଣିକ କଥାନୁସାରେ ଗୋଟେ ଥର ଗଣେଶ ଭଗବାନ ଗଙ୍ଗା ନଦୀ କୂଳେ ତପସ୍ୟାରେ ଲୀନ ଥିଲେ । ସେହି ସମୟରେ ଧର୍ମାତ୍ମଜଙ୍କ ପୁତ୍ରୀ ତୁଳସୀ ତାଙ୍କ ବିବାହ ପାଇଁ ତୀର୍ଥଯାତ୍ରାର ଭ୍ରମଣରେ ଥିଲେ । ତୁଳସୀ ଗଙ୍ଗାନଦୀ କୂଳରେ ପହଁଚିଲା ବେଳକୁ ତାଙ୍କର ଗଣେଶଙ୍କ ଉପରେ ନଜର ପଡିଥିଲା । ତପସ୍ୟା ସମୟରେ ଶ୍ରୀଗଣେଶ ରତ୍ନ ଜଟିତ ସିଂହାସନ ଆସନରେ ଥିଲେ । ଗଣେଶଙ୍କ ପୂରା ଶରୀର ଚନ୍ଦନ ଲେପ ହୋଇଥିଲା । ପ୍ରଭୁ ଶ୍ରୀଗଣେଶ ଗଳାରେ ପାରିଜାତ ପୁଷ୍ପର ହାର ସହିତ ସ୍ୱର୍ଣ୍ଣ ଏବଂ ମଣି ଜଡିତ ହାର ବି ପିନ୍ଧିଥଲେ ।
ଶ୍ରୀଗଣେଶଙ୍କ ଏହି ରୂପ ଦେଖି ମୋହିତ ହୋଇଥିଲେ ତୁଳସୀ । ଏବଂ ତାଙ୍କ ସହିତ ବିବାହ ଇଛା ନେଇ ଗଣେଶ ଭଗବାନଙ୍କ ତପସ୍ୟା ଭଙ୍ଗ କରିଦେଇଥିଲେ । ଏଥିରେ ଭଗବାନ ଗଣେଶ କ୍ରୋଧିତ ହୋଇ ତୁଳସୀଙ୍କ ଏହି କାର୍ଯ୍ୟକୁ ଅଶୁଭ ବୋଲି କହିଥିଲେ । ଏବଂ ବିବାହ ଇଛା ଜାଣି ନିଜକୁ ବ୍ରହ୍ମଚାରୀ ବୋଲି କହିଥିଲେ ।
ତୁଳସୀଙ୍କ ବିବାହ ପ୍ରସ୍ତାବକୁ ଗଣେଶ ଭଗବାନ ଏଡାଇବା ପରେ ତୁଳସୀ କ୍ରୋଧିତ ହୋଇ ଯାଇଥିଲେ । ଏହାପରେ ଗଣେଶଙ୍କୁ ଦୁଇ ଥର ଲେଖାଁଏ ବିବାହ କରିବାର ଶ୍ରାପ ଦେଇଥିଲେ । ଏହାକୁ ଶୁଣିଲା ପରେ ଶ୍ରୀଗଣେଶ ରାଗିଗଲେ ଏବଂ ତୁଳସୀଙ୍କୁ ଅଭିଶାପ ଦେଇଥିଲେ କି ତାଙ୍କ ବିବାହ ଏକ ରାକ୍ଷସ ସହିତ ହେବ । ଏହାପରେ ତୁଳସୀ ତାଙ୍କ ଭୁଲ ବୁଝି ପାରି ଗଣେଶଙ୍କୁ ଭୁଲ ମାଗିଥିଲେ ।
ଏହାପରେ ଗଣେଶ ତାଙ୍କୁ କହିଥିଲେ କି ତୁମ ବିବାହ ହୁଏତ ରାକ୍ଷସ ସହ ହେବ କିନ୍ତୁ ତୁମେ ଭଗବାନ ଶ୍ରୀକୃଷ୍ଣ ଏବଂ ଶ୍ରୀବିଷ୍ଣୁଙ୍କ ଅତି ପ୍ରିୟ ରହିବ । କିନ୍ତୁ ଏହାପରେ ବି ତୁମର ବ୍ୟବହାର ମୋ ପୂଜାରେ ହୋଇ ପାରିବ ନାହିଁ । ସେଥିପାଇଁ ଶ୍ରୀଗଣେଶଙ୍କ ପୁଜାରେ ତୁଳସୀ ଚଢା ଉପରେ ବାର୍ଜିତ କରାଯାଇଛି ।