ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଭଗବାନ ଗଣେଶ, ମା ଲକ୍ଷ୍ମୀ ଏବଂ ମା ସରସ୍ୱତୀ ଏକାଠି ପୂଜା ହେଉଥିବାର ଆପଣମାନେ ନିଶ୍ଚିତ ଦେଖିଥିବେ । କିନ୍ତୁ ଆପଣ ଜାଣିଛନ୍ତି କି ଏହି ତିନି ଦେବା-ଦେବୀ ଙ୍କୁ ଏକାଠି ପୂଜିବା ପଛରେ କାରଣ କଣ ହୋଇପାରେ । ତେବେ ଆସନ୍ତୁ ଜାଣିବା…
– ଧନର ଦେବୀ ହେଉଛନ୍ତି ମା ଲକ୍ଷ୍ମୀ । ସେହିପରି ଜ୍ଞାନର ଦେବୀ ସରସ୍ୱତୀ ହୋଇଥିବା ବେଳେ ବୁଦ୍ଧିର ଦେବତା ହେଉଛନ୍ତି ଭଗବାନ ଗଣେଶ । ଏଥିରୁ ସ୍ପଷ୍ଟ ହେଉଛି କି ଆମକୁ ଏଭଳି ଜ୍ଞାନ ପ୍ରାପ୍ତ କରିବା ଉଚିତ୍, ଯାହାଦ୍ୱାରା ବୁଦ୍ଧି ନିର୍ମଳ ହେବ ଏବଂ ଧନ କମାଇବାର କାମ ବି ଆସିବ ।
– ଧନ ଆସିଲା ପରେ ତାକୁ ସମ୍ଭାଳିବା ପାଇଁ ଜ୍ଞାନ ବି ଆମ ପାଖରେ ରହିବା ଉଚିତ୍ । ବୁଦ୍ଧି ଖଟାଇ ତାକୁ ନିବେଶ କରିବା ବି ଆମକୁ ଆସିବା ଉଚିତ୍ । ଏହାଦ୍ୱାରା ଘରେ ଲକ୍ଷ୍ମୀଙ୍କର ସ୍ଥାୟୀ ନିବାସ ହେବ ।
– ମା ଲକ୍ଷ୍ମୀଙ୍କ ଡାହାଣ ପାଶ୍ୱର୍ରେ ସରସ୍ୱତୀ ଏବଂ ବାମ ପାଶ୍ୱର୍ରେ ଗଜାନନ ରହିଥାନ୍ତି । ଏହାର ଅର୍ଥ ମନୁଷ୍ୟର ଦକ୍ଷୀଣ ପାଖ ମସ୍ତିକ ଜ୍ଞାନ ଏବଂ ବାମ ପାଖ ମସ୍ତିସ୍କ ବୁଦ୍ଧି ପାଇଁ ହୋଇଥାଏ । ଏହାଦ୍ୱାରା ଆମ ଜ୍ଞାନ ଏକତ୍ର ହେବା ସହ ମସ୍ତିସ୍କ ଚମକ୍ରାର ହୋଇଥାଏ । ବୁଦ୍ଧିର ଦେବତା ହେଉଛନ୍ତି ଗଜାନନ, ସେଥିପାଇଁ ମନୁଷ୍ୟ ବୁଦ୍ଧି ବି ରଚନାତ୍ମକ ହେବା ଉଚିତ୍ ।