ଭୁବନେଶ୍ୱର (ଏଟିଆର ବ୍ୟୁରୋ): ହିନ୍ଦୁ ଧର୍ମରେ ପୂଜା ପାଠର ଖୁବ୍ ମହତ୍ୱ ରହିଛି । ଏହା ମନକୁ ଶାନ୍ତି ପ୍ରଦାନ କରିଥାଏ । ସେହିପରି ପୂଜା ପାଠ ସମୟରେ ଫୁଲର ବିଶେଷ ମହତ୍ୱ ରହିଛି । ଧାର୍ମିକ ମାନ୍ୟତା ଅନୁଯାୟୀ ଭଗବାନଙ୍କ ପୂଜାରେ ଫୁଲ ଉପଯୋଗ କରିବା ଉଚିତ୍ । ଏହାଦ୍ୱାରା ସମସ୍ତ ଇଛା ପୂରଣ ହୋଇଥାଏ । ସେଥିପାଇଁ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ କି କେଉଁ ଭଗବାନଙ୍କ କେଉଁ ଫୁଲ ଅତି ପ୍ରିୟ । ସେହି ଫୁଲକୁ ଭଗବାନଙ୍କ ଠାରେ ଭଗବାନଙ୍କ ଠାରେ ଅର୍ପଣ କରିବା ଦ୍ୱାରା ସମସ୍ତ ମନସ୍କାମନା ପୂରଣ ହୋଇଥାଏ ।
ପ୍ରକୃତରେ ଭଗବାନ ଶ୍ରୀଗଣେଶଙ୍କ ହେଉଛନ୍ତି ପ୍ରଥମ ପୂଜନୀୟ ଦେବତା । ଗଣେଶଙ୍କ ଅତି ପ୍ରିୟ ହେଉଛି ଦୁବ । ସେଥିପାଇଁ ତାଙ୍କୁ ଦୁବ ଅର୍ପଣ କରିବା ଉଚିତ୍ । ଭଗବାନ ଗଣେଶଙ୍କ ପୂଜାରେ ତୁଳସୀ ନିଷେଧ ଅଟେ । ତୁଳସୀ ବ୍ୟତିତ ଆପଣ ଅନ୍ୟ ସମସ୍ତ ଫୁଲ ଭଗବାନ ଗଣେଶଙ୍କୁ ଲଗାଇ ପାରିବେ । ସେହିପରି ମହାଦେବଙ୍କର ଠାରେ ଦୁର୍ଦୁରା ଫୁଲା, ହରସିଙ୍ଗାର ବା ନାଗକେସରର ଧଳା ଫୁଲ, କନିଆ, କୁସୁମ ଫୁଲ ଆଦି ଅର୍ପଣ କରି ପାରିବେ । କିନ୍ତୁ ତୁଳସୀ ଏବଂ କେୱଡା ଫୁଲ ଅର୍ପଣ କରିବା ଉଚିତ୍ ନୁହେଁ ।
ଭଗବାନ ବିଷ୍ଣୁଙ୍କର ପ୍ରିୟ ହେଉଛି ତୁଳସୀ । ସେଥିପାଇଁ ଆପଣ ବିଷ୍ଣୁଙ୍କ ଠାରେ ତୁଳସୀ ସହିତ ପଦ୍ମ, କଦମ୍ବ, ଜୁଇ, କେୱଡା, ଚମେଲି, ଅଶୋକ, ମାଳତୀ, ବାସନ୍ତି, ଚମ୍ପା ଆଦି ଫୁଲ ଅର୍ପଣ କରି ପାରିବେ । ଭଗବାନ ଶ୍ରିକୃଷ୍ଣଙ୍କ ପୂଜାରେ କୁମୁଦ, ମାଳତୀ, ପଳାଶ, ବନମାଳି ଫୁଲ ବ୍ୟବହାର କରି ପାରିବେ ।