ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଖୁବ୍ ଧନ ପ୍ରାପ୍ତିର ଅଶା ରଖିଥାନ୍ତି ପ୍ରତ୍ୟେକ ବ୍ୟକ୍ତି । କେବଳ ଆଶା କଲେ କିଛି ଲାଭ ହେବ ନାହିଁ । ସେଥିପାଇଁ ଆପଣଙ୍କୁ ମା’ ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବା ନିହାତି ଜରୁରୀ । ମା’ ଲକ୍ଷ୍ମୀ ତାଙ୍କ ଭକ୍ତଙ୍କ ଧନ ସହ ଜଡିତ ସମସ୍ତ ସମସ୍ୟାକୁ ଦୂର କରିଥାନ୍ତି । ଯଦି ଆପଣ ଆର୍ଥିକ ସମସ୍ୟାର ସମୁଖୀନ ହେଉଛନ୍ତି କିମ୍ବା ଆପଣ ଯେତେ ରୋଜଗାର କଲେ ମଧ୍ୟ ଟଙ୍କାଟିଏ ପାଖରେ ରହୁନି । ତେବେ ଆପଣ ବି ଆପଣାନ୍ତୁ ମା’ ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବାର କିଛି ଉପାୟ ।
– ଶୁକ୍ରବାର ଦିନ ୭ଟି କୁଆଁରୀ କନ୍ୟାଙ୍କୁ ଘରେ ଡାକି ଭୋଜନ କରାନ୍ତୁ । ଏହାପରେ ତାଙ୍କୁ ନୂଆ ବସ୍ତ୍ର ଏବଂ ଦକ୍ଷିଣା ଦେଇ ତାଙ୍କ ପାଦ ଛୁଇଁ ଆର୍ଶିବାଦ ନିଅନ୍ତୁ ।
– ଶୁକ୍ରବାର ଦିନ ଦକ୍ଷିଣାବର୍ତ୍ତି ଶଙ୍ଖରେ ପାଣି ଭରି ମା’ ଲକ୍ଷ୍ମୀଙ୍କୁ ଅଭିଶେକ କରନ୍ତୁ ।
– ଗାଈ ଖୀରରେ ଶୁକ୍ରବାରକୁ ଶ୍ରାଯନ୍ତ୍ର ଅଭିଶେକ କରାନ୍ତୁ । ତାପରେ ସେହି ଅଭିଶେଖ ପାଣି ଘରର ଚାରିପଟେ ଛିଞ୍ଚି ଦିଅନ୍ତୁ । ପୂଜା କରି ସାରିବା ପରେ ଶ୍ରୀଯନ୍ତ୍ରକୁ ଧନ ରଖିବା ସ୍ଥାନରେ ରଖିଦିଅନ୍ତୁ ।
– ଶୁକ୍ରବାର ଦିନ ଏକ ହଳଦିଆ କପଡାରେ ଧାନ କେଣ୍ଡା, କେଶର ଏବଂ କଏନ ବାନ୍ଧି ଆଲମିରାରେ ରଖିଦିଅନ୍ତୁ ।
– ବିଦ୍ଧିବଧ ଭାବେ ଶୁକ୍ରବାର ଦିନ ମା’ ଲକ୍ଷ୍ମୀଙ୍କ ପୂଜା କରିବା ଦ୍ୱାରା ଧନ ପ୍ରାପ୍ତି ହୋଇଥାଏ । ଏହାଦ୍ୱାରା ଆପଣଙ୍କୁ ଆର୍ଥିକ ସମସ୍ୟାରୁ ଛୁଟ୍ କାରା ମିଳିବ ।