ଭୁବନେଶ୍ୱର (ଏଟିଆର ବ୍ୟୁରୋ): ହିନ୍ଦୁ ଧର୍ମରେ ସପ୍ତାହକ ସାତ ଦିନ ଭିନ୍ନ ଭିନ୍ନ ଦେବା-ଦବୀଙ୍କୁ ପୂଜା କରାଯାଏ । ଶାସ୍ତ୍ର ଅନୁସାରେ ଏହି ସାତ ଦିନ ବ୍ୟକ୍ତିଙ୍କ ପାଇଁ ଶୁଭ ହୋଇଥାଏ । ସେହିଭଳି ବୁଧବାର ହେଉଛି ଗଣେଶ ଭଗବାନଙ୍କ ଖାସ୍ ଦିନ । କହିବାକୁ ଗଲେ ଭଗବାନଙ୍କୁ ପୂଜା କରିବା ପାଇଁ କୌଣସି ଦିନ ନଥାଏ, କିନ୍ତୁ ଶାସ୍ତ୍ରରେ ସମସ୍ତ ଭଗବାନଙ୍କ ପୂଜା ପାଇଁ ଗୋଟେ ଗୋଟେ ଶୁଭ ଦିନ ରହିଛି ବୋଲି ଲିଖିିତ ଅଛି ।
ଗଣପତିଙ୍କୁ ପ୍ରସନ୍ନ କରିବାର ଉପାୟ:
ପ୍ରତ୍ୟେକ ଦିନ ସକାଳ ଏବଂ ସନ୍ଧ୍ୟାରେ ଗଣେଶ ଭଗବାନଙ୍କୁ ଆଳତୀ କରନ୍ତୁ । ଏହାସହିତ ଗଣେଶ ଚାଳିଶା ଜପ କରନ୍ତୁ । ଜପ କରିବା ପରେ ଗଣେଶ ଭଗବାନଙ୍କୁ ନିଜର ଇଷ୍ଟଦେବ କରିବାକୁ ନିବେଦନ କରନ୍ତୁ ।
ଯଦି କୌଣସି ବ୍ୟକ୍ତି ଗଜାନନଙ୍କୁ ପ୍ରସନ୍ନ କରି ଦେଉଛନ୍ତି ତେବେ ସେହି ବ୍ୟକ୍ତିଙ୍କର କଦାପି ଧନର ଅଭାବ ହୋଇନଥାଏ । ଏହାସହିତ ଯଦି ଆପଣ ଧନବାନ୍ ହେବାକୁ ଚାହୁଁଛନ୍ତି ସେଥିପାଇଁ ଘରେ ଗଣପତି ସ୍ଥାପନା କରନ୍ତୁ ।
ଯଦି ଆପଣଙ୍କ ଉପରେ କୌଣସି ଖରାପ ଦୃଷ୍ଟି ଅଛି ତେବେ ଗଣପତିଙ୍କ ଏକ ଉପାୟ ଲାଭଦାୟକ ହେବ । ସେଥିପାଇଁ ଆପଣ ଗୋଟେ ନଡିଆକୁ ଆପଣଙ୍କ ମଥାରେ ସାତ ଥର ଛୁଆଁଇ ଗଜାନନଙ୍କ ଚରଣରେ ଭାଙ୍ଗି ଦିଅନ୍ତୁ । ଏଭଳି କରିବା ଦ୍ୱାରା ଖରାପ ଦୃଷ୍ଟି ଦୂର ହୋଇଯିବ । ଖୁବ୍ ଶୀଘ୍ର ଗଣପତିଙ୍କ ଖୁସି କରିବାକୁ ହେଲେ ପ୍ରତିଦିନ ଲଡୁ ଭୋଗ କରି ଗରିବଙ୍କୁ ବାଣ୍ଟନ୍ତୁ ।