ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଧାର୍ମିକ ମାନ୍ୟତା ଅନୁଯାୟୀ ମଙ୍ଗଳବାର ହେଉଛି ଭଗବାନ ହନୁମାନଙ୍କ ଦିନ । ଏହାସହିତ ମଙ୍ଗଳବାରର ସମ୍ବନ୍ଧ ମଙ୍ଗଳ ଗ୍ରହ ସହିତ ମଧ୍ୟ ରହିଛି । ମଙ୍ଗଳଙ୍କୁ ଶକ୍ତିର କାରକ ବୋଲି କୁହାଯାଇଥାଏ । ସଙ୍କଟ ଏବଂ ସମସ୍ୟା ସମୟରେ ମନୁଷ୍ୟର ଶକ୍ତି ହାନି ୁହୋଇଥାଏ । ମାନ୍ୟତା ଅନୁଯାୟୀ ଯଦି ସଙ୍କଟଗ୍ରସ୍ତ ବ୍ୟକ୍ତି ମଙ୍ଗଳବାର ଦିନ ହନୁମାନଙ୍କୁ ପ୍ରସନ୍ନ କରିବା ପାଇଁ କିଛି ଖାସ୍ ଉପାୟ କରିବେ ତେବେ କିଛି ଦିନ ମଧ୍ୟରେ ତାଙ୍କର ସମସ୍ୟା ଦୂର ହେବ ଏବଂ ଭାଗ୍ୟ ଚମକି ଉଠିବ ।
ମଙ୍ଗଳବାର କରନ୍ତୁ ଏହି କାମ:
ମଙ୍ଗଳବାର ଦିନ ରାମ ମନ୍ଦିର ଯାଆନ୍ତୁ । ହନୁମାନଙ୍କ ଶ୍ରୀରୂପ ମସ୍ତକର ସିନ୍ଦୁର ଡାହାଣ ହାତ ଅଙ୍ଗୁଳିରେ ନେଇ ମାତା ସୀତାଙ୍କ ଶ୍ରୀରୂପ ଶ୍ରୀଚରଣରେ ଲଗାଇ ଦିଅନ୍ତୁ ଏବଂ ନିଜର ମନସ୍କାମନା ପୂରଣ କରିବା ପାଇଁ ପ୍ରାର୍ଥନା କରନ୍ତୁ ।
ଶନିବାର ବା ମଙ୍ଗଳବାର ଦିନ ଏକ ସୂତାରେ ଉପରେ ୪ଟା ଲଙ୍କା ମଝିରେ ଲେମ୍ବୁ ତାପରେ ତଳେ ୩ ଲଙ୍କା ଗୁନ୍ଥି ଘର କିମ୍ବା ବ୍ୟବସାୟ ସ୍ଥାନର ଦୁଆର ମୁହଁରେ ଟାଙ୍ଗି ଦିଅନ୍ତୁ । ଏହାଦ୍ୱାରା ନକରାତ୍ମକ ଶକ୍ତି ଦୂର ହୋଇଥାଏ ଏବଂ ସକରାତ୍ମକ ଶକ୍ତି ଉତ୍ପନ୍ନ ହୁଏ ।
ଜଅ ଅଟାରେ କଳା ଜିରା ଏବଂ ତେଲ ମିଶାଇ ଅଟା ଦଳନ୍ତୁ । ସେହି ଅଟାରେ ଗୋଟେ ରୁଟି ତିଆରି କରି , ସେଥିରେ ତେଲ କିମ୍ବା ଗୁଡ ଲଗାଇ ଯାହା ଉପରେ ନଜର ଲାଗିଛି ତା ଉପରେ ୭ ଥର ବୁଲାଇ ସେହି ରୁଟିକୁ ମଇଁସିକୁ ଖୁଆଇ ଦିଅନ୍ତୁ । ଏହି ଉପାୟ କେବଳ ଶନିବାର କିମ୍ବା ମଙ୍ଗଳବାର ଦିନ କରିବେ ।
ଅନେକ ସମୟରେ ଛୋଟ ପିଲା ଶୋଇବା ସମୟରେ ଡରି ଯାଇଥାନ୍ତି, ସେଥିପାଇଁ ମଙ୍ଗଳବାର ଦିନ ଖଣ୍ଡେ ଫିଟିକିରି ନେଇ ଛୁଆ ର ମୁଣ୍ଡ ପାଖରେ ରଖି ଦିଅନ୍ତୁ ।
ମଙ୍ଗଳବାର ଦିନ ସନ୍ଧ୍ୟାରେ ହନୁମାନଙ୍କଠାରେ କେୱଡା ଅତର ଚଢାନ୍ତୁ । ହନୁମାନଙ୍କୁ ଖୁସୀ କରିବା ପାଇଁ ଏହା ସବୁଠାରୁ ସରଳ ଉପାୟ ।
ଜୀବନର ସମସ୍ତ ସମସ୍ୟାଙ୍କୁ ନିବାରଣ କରିବା ପାଇଁ ହନୁମାନଙ୍କ ମନ୍ଦିରକୁ ଯାନ୍ତୁ ଏବଂ ରାମ ରକ୍ଷା ସ୍ର୍ତ୍ରୋତ ପାଠ କରନ୍ତୁ । ଏହାସହିତ ମଙ୍ଗଳବାର ସନ୍ଧ୍ୟାରେ ହନୁମାନ ମନ୍ଦିର ଯାଇ ସୋରିଷ ତେଲ ଏବଂ ସୁଦ୍ଧ ଘିଅ ଦୀପ ଜଳାନ୍ତୁ । ଏହାବ୍ୟତିତ ମନ୍ଦିରରେ ବସି ହନୁମାନ ଚାଳିଶା ପାଠ କରନ୍ତୁ । ଏହି ସରଳ ଉପାୟ କରିବା ଦ୍ୱାରା ସମସ୍ତ ମନସ୍କାମନା ପୂରଣ ହେବା ସହ ସମସ୍ତ ଦୁଃଖ ଦୂର ହୋଇଥାଏ ।