ଭୁବନେଶ୍ୱର (ଏଟିଆର ବ୍ୟୁରୋ): ସାରା ଜଗତରେ ଥିବା ପ୍ରତ୍ୟେକ ଲୋକ ସୋମବାର ଦିନ ଭଗବାନ ଶିବଙ୍କୁ ପୂଜା କରିଥାନ୍ତି । ଏହି ସମୟରେ ମହାଦେବଙ୍କ କୃପା ଯାହା ଉପରେ ପଡେ ସେହି ବ୍ୟକ୍ତିଙ୍କ ସମସ୍ତ ଅସୁବିଧା ଦୂର ହୋଇଥାଏ । ମହାଦେବଙ୍କୁ ଗୋଟେ ଢାଳ ଜଳ ଅର୍ପଣ କରିବା ଦ୍ୱାରା ସେ ଭକ୍ତଙ୍କ ଉପରେ ପ୍ରସନ୍ନ ହୋଇ ଯାଇଥାନ୍ତି ବୋଲି ବିଶ୍ୱାସ ରହିଛି । ଏହାସହିତ ଭୋଳାନାଥ ଭକ୍ତଙ୍କ ସମସ୍ତ ଦୁଃଖ କଷ୍ଟ ଦୂର ମଧ୍ୟ କରିଥାନ୍ତି । ସେହିପରି ଏଭଳି ଅନେକ ଜିନିଷ ଅଛି ଯାହାକୁ ଅର୍ପଣ କରିବା ଦ୍ୱାରା ଭୋଳାନାଥ ଭକ୍ତଙ୍କ ଉପରେ କୃପା ଲାଭ କରିଥାନ୍ତି । ତେବେ ଆସନ୍ତୁ ଜାଣିବା କ’ଣ ରହିଛି ସେହି ସବୁ ଜିନିଷ..
– ଶିବଲିଙ୍ଗରେ କେଶର ଅର୍ପଣ କରିବା ଦ୍ୱାରା ବ୍ୟକ୍ତି ସୌଭାଗ୍ୟ ପ୍ରାପ୍ତି ହୋଇଥାନ୍ତି ।
– ଶାକରକୁ ଶିବଲିଙ୍ଗରେ ଅଭିଶେକ କରିବା ଦ୍ୱାରା ବ୍ୟକ୍ତିଙ୍କ ସୁଖ ସମୃଦ୍ଧି ପ୍ରାପ୍ତି ହେବା ସହ ଦାରିଦ୍ର୍ୟତା ଦୂର ହୁଏ । ଏହାସହିତ ଶିବଲିଙ୍ଗରେ ଅତର ଲଗାଇଲେ ବ୍ୟକ୍ତିଙ୍କ ମନ ପବିତ୍ର ଓ ସୁଦ୍ଧ ହୋଇଥାଏ ।
– କ୍ଷୀରରେ ଶିବଲିଙ୍ଗକୁ ଅଭିଶେକ କରିବା ଦ୍ୱାରା ସ୍ୱାସ୍ଥ୍ୟ ଠିକ୍ ରହିବା ସହ ରୋଗରୁ ମଧ୍ୟ ମୁକ୍ତି ମିଳିଥାଏ ।
– ଶିବଲିଙ୍ଗରେ ଦହି ଅର୍ପଣ କରିବା ଦ୍ୱାରା ବ୍ୟକ୍ତିଙ୍କ ସ୍ୱଭାବ ଗମ୍ଭୀର ହେବା ସହ ସମସ୍ତ ଅସୁବିଧା ଦୂର ହୋଇଥାଏ ।
– ଘିଅ ଅର୍ପଣ କରିବା ଦ୍ୱାରା ଶକ୍ତି ବୃଦ୍ଧି ହୋଇଥାଏ ଏବଂ ଚନ୍ଦନ ମଧ୍ୟ ବ୍ୟକ୍ତିର ବ୍ୟକ୍ତିତ୍ୱ ଆକର୍ଷଣ କରିଥାଏ ।
– ସେହିପରି ମହୁ ଅର୍ପଣ କରିବା ଦ୍ୱାରା ବ୍ୟକ୍ତିଙ୍କ ବାଣୀ ମଧୁର ହୁଏ ବୋଲି ମାନ୍ୟତା ରହିଛି ।