ଭୁବନେଶ୍ୱର (ଏଟିଆର ବ୍ୟୁରୋ):ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଯେକୌଣସି ଜାତକରେ ସୂର୍ଯ୍ୟଙ୍କ ଦଶା କେବଳ ସ୍ୱାସ୍ଥ୍ୟ, ସମ୍ପତ୍ତି ଓ ସୁଖ-ଶାନ୍ତି ଉପରେ ପ୍ରଭାବ ପକାଇନଥାଏ, ବରଂ ଏହା ଧନୀରୁ କାଙ୍ଗାଳା ମଧ୍ୟ କରି ଦେଇ ଥାଏ ।
ଯଦି ଗ୍ରହ ରାଜା ସୂର୍ଯ୍ୟ ମଜବୁତ୍ ଅବସ୍ଥାରେ ରୁହନ୍ତି, ତେବେ ଜାତକ ରାଜା, ମନ୍ତ୍ରୀ, ସେନାପତି,ପ୍ରଶାସକ,ମୁଖିଆ, ଧର୍ମ ସଂଦେଶକ ଆଦି ବନେଇ ଥାଏ । ଆତ୍ମକାରକ ସୂର୍ଯ୍ୟ ଯେକୌଣସି ଜାତକର ବ୍ୟକ୍ତିଙ୍କ ଭିତରେ ଆତ୍ମବିଶ୍ୱାସ ବଢାଇଥାନ୍ତି । କିନ୍ତୁ ଯଦି ସୂର୍ଯ୍ୟ ଜାତକରେ ଦୁର୍ବଳ ଅବସ୍ଥାରେ ଥାନ୍ତି ତେବେ ସେ ସ୍ୱାସ୍ଥ୍ୟ ସମେତ ସଫଳତା କ୍ଷେତ୍ରରେ ମଧ୍ୟ ଖରାପ ପରିଣାମ ଦେଇଥାନ୍ତି । ତେବେ ଆସନ୍ତୁ ଜାଣିବା ସୂର୍ଯ୍ୟଙ୍କ କୃପା ଲାଭ କରିବାର କିଛି ସରଳ ଉପାୟ..
– ପ୍ରତିଦିନ ସକାଳୁ ର୍ସୂଯ୍ୟଙ୍କୁ ଦର୍ଶନ କରିବା ସହ ଓଁ ସୂର୍ଯ୍ୟାୟ ନମଃ ଉଚ୍ଚାରଣ କରି ଜଳ ଅର୍ପଣ କରନ୍ତୁ । ଏଭଳି କରିବା ଦ୍ୱାରା ସୂର୍ଯ୍ୟଙ୍କ କୃପା ଲାଭ ହୋଇଥାଏ । ସଫଳତା ମାର୍ଗରେ ଚାଲିବେ ।
– ପ୍ରତିଦିନ ସକାଳୁ ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରି ସାରିବା ପରେ ଲାଲ୍ ରଙ୍ଗର ଆସନରେ ପୂର୍ବ ଆଡକୁ ମୁହଁ କରି ବସି ୧୦୮ ଥର ମନ୍ତ୍ର ଜପ କରନ୍ତୁ ।
– ସକାଳୁ ସୂର୍ଯ୍ୟଦେବଙ୍କୁ ଜଳରେ ଲାଲ ରଙ୍ଗର ଫୁଲ ମିଶାଇ ଅର୍ପଣ କରନ୍ତୁ । ଏହାପରେ ମାତା-ପିତାଙ୍କ ଚରଣ ସ୍ପର୍ଶ କରନ୍ତୁ ।
– ଘରର ଡାହାଣ ପାଶ୍ୱର୍ରେ ଧଳା ଅରଖ ଗଛ ଲଗାନ୍ତୁ । ପ୍ରତ୍ୟେକ ରବିବାର ବ୍ରତ ରଖିବା ସହ ଏହି ଗଛକୁ ପୂଜା କରନ୍ତୁ ।