ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଅନାବଶ୍ୟକ ବ୍ୟୟ ହେତୁ ପ୍ରତ୍ୟେକ ମାସରେ ଆର୍ଥିକ ଅନଟନ ଦେଖାଯେଉଛି କି? ତେବେ ଗୁରୁବାର ଦିନ ଧନ ବୃଦ୍ଧି ହେବାର ଉପାୟ ଆପଣାନ୍ତୁ ।
ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଗୁରୁ ହେଉଛନ୍ତି ଧନର କାରକ । ଯେଉଁ ବ୍ୟକ୍ତିଙ୍କ ଉପରେ ଗୁରୁଙ୍କ କୃପା ରହିଥାଏ ସେମାନଙ୍କର ଆର୍ଥିକ ସ୍ଥିତି ସଠିକ୍ ରୁହେ । ସେଥିପାଇଁ କିଛି ଉପାୟ ମଧ୍ୟ ରହିଛି । ତେବେ ଆସନ୍ତୁ ଜାଣିବା ସେହି ଉପାୟ ବିଷୟରେ..
ଗୁରୁବାର କରନ୍ତୁ ଏହି କାମ:
ଗୁରୁବାର ଦିନ ସୂର୍ଯ୍ୟଦୟ ପୂର୍ବରୁ ଉଠି ସ୍ନାନ ସାରି ଘିଅ ଦୀପ ଜଳାଇ ଭଗବାନ ବିଷ୍ଣୁଙ୍କ ପୂଜା କରନ୍ତୁ । ଏହାପରେ ବିଷ୍ଣୁ ସହସ୍ରନାମ ପାଠ କରନ୍ତୁ । ସନ୍ଧ୍ୟା ସମୟରେ କଦଳୀ ଗଛ ମୂଳରେ ଦୀପ ଜାଳି ଲଡୂ ଭୋଗ ଲଗାଇ ଲୋକଙ୍କୁ ବାଣ୍ଟି ଦିଅନ୍ତୁ ।
ଗୁରୁବାର ଦିନ ଭଗବାନଙ୍କୁ ପୂଜା କରି ସାରିବା ପରେ କେସର ତିଲକ ଲଗାନ୍ତୁ । ଯଦି କେଶର ଉପଲବ୍ଧ ନାହିଁ ତେବେ ହଳଦୀ ତିଲକ ମଧ୍ୟ ଲଗାଇ ପାରିବେ ।
ଗୁରୁଙ୍କ ପ୍ରଭାବ ଧନ ଉପରେ ଥାଏ । ଗୁରୁବାର ଦିନ କାହାରିକୁ କୌଣସି ପ୍ରକାର ନେଣ ଦେଣ କରନ୍ତୁ ନାହିଁ । କାରଣ ଏହିଦିନ ଧନ ଦେବା ଦ୍ୱାରା ଗୁରୁ କମଜୋର ହୋଇଯାଇଥାନ୍ତି । ଫଳରେ ଆର୍ଥିକ ସମସ୍ୟା ବଢିଯାଇଥାଏ ।
ଗୁରୁବାର ଦିନ ମା-ବାପା ଏବଂ ଗୁରୁଙ୍କ ଆର୍ଶିବାନ ନିଅନ୍ତୁ । ସେମାନଙ୍କ ଆର୍ଶିବାଦ ଗୁରୁ ଗ୍ରହର ଆର୍ଶିବାଦ ସହ ତୁଳନା କରାଯାଇଥାଏ । ତାଙ୍କ ପ୍ରସନ୍ନ କରିବା ପାଇଁ ହଳଦିଆ ରଙ୍ଗର ବସ୍ତ୍ର ଉପହାର ସ୍ୱରୂପ ଦିଅନ୍ତୁ ।