ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ମଙ୍ଗଳବାରକୁ ରାମ ଭକ୍ତ ହନୁମାନଙ୍କୁ ସମର୍ପିତ କରାଯାଇଛି । ଭକ୍ତକୁ ସମସ୍ତ ସଙ୍କଟରୁ ରକ୍ଷା କରିଥାନ୍ତି ସଙ୍କଟମୋଚନ । ହନୁମାନଙ୍କୁ କଳିଯୁଗର ଦେବତା ବୋଲି ମଧ୍ୟ କୁହାଯାଇଥାଏ । ଭକ୍ତଙ୍କ ଉପରେ ବହୁତ ଶୀଘ୍ର ପ୍ରସନ୍ନ ହୋଇଥାନ୍ତି ହନୁମାନ । ତାଙ୍କ କୃପାରୁ ବଳ, ବୃଦ୍ଧି,ଶକ୍ତି ଆଦି ପ୍ରାପ୍ତ ହୋଇଥାଏ । ହନୁମାନଙ୍କ ପୂଜା କରିବା ଦ୍ୱାରା ଘରେ ସୁଖ, ଶାନ୍ତି ବ୍ୟତିତ ସକରାତ୍ମକ ବାତାବରଣ ସୃଷ୍ଟି ହୋଇଥାଏ । ତେବେ ଆଜି ଆସନ୍ତୁ ଜାଣିବା ହନୁମାନଙ୍କ ପ୍ରସନ୍ନ କରିବା ପାଇଁ କଣ କଣ କରିବା ଉଚିତ୍ ଏବଂ କଣ କରିବା ଉଚିତ୍ ନୁହେଁ ।
– ପବନ ପୁତ୍ରଙ୍କ ପୂଜାର୍ଚ୍ଚନା ପୂର୍ବରୁ ସଫା ସୁତୁରା ପ୍ରତି ବିଶେଷ ଧ୍ୟାନ ରଖିବା ଉଚିତ୍ । ସଫା ବସ୍ତ୍ର ପିନ୍ଧି ପୂଜା ସ୍ଥଳକୁ ଯିବା ସହିତ ପୂଜା ସ୍ଥାନକୁ ମଧ୍ୟ ସଫା ସୁତୁରା ରଖିବା ଉଚିତ୍ ।
– ହନୁମାନଙ୍କୁ ପୂଜା କରୁଥିବା ବ୍ୟକ୍ତିଙ୍କୁ ମଦ, ମାଂସରୁ ଦୂରେଇ ରହିବା ଉଚିତ୍ । ପୂଜା କରୁଥିବା ବ୍ୟକ୍ତିଙ୍କୁ ନିରାମିଶ ଭୋଜନ କରିବା ଉଚିତ୍ ।
– ଯେଉଁଦିନ ହନୁମାନଙ୍କ ପୂଜା କରିବେ ସେହି ଦିନ ବ୍ରହ୍ମଚର୍ଯ୍ୟ ପାଳନ କରିବା ଉଚିତ୍ ।
– ମଙ୍ଗଳବାର ଦିନ ହନୁମାନଙ୍କ ମୂର୍ତ୍ତି ସମ୍ମୁଖରେ ରାମ ନାମ ୧୦୮ ଥର ଜପନ୍ତୁ । ଏଭଳି କରିବା ଦ୍ୱାରା ବହୁତ ଶୀଘ୍ର ହନୁମାନ ପ୍ରସନ୍ନ ହୋଇଥାନ୍ତି ।