ହିନ୍ଦୁ ଧର୍ମରେ ଗୁରୁବାର ଦିନ ଭଗବାନ ବିଷ୍ଣୁଙ୍କୁ ପୂଜା କରିବାର ବିଶେଷ ମହତ୍ୱ ରହିଛି । ମାନ୍ୟତା ରହିଛି କି ମା ଲକ୍ଷ୍ମୀ ଏବଂ ଭଗବାନ ବିଷ୍ଣୁଙ୍କୁ ଏକାସଙ୍ଗରେ ପୂଜା କରିବା ଦ୍ୱାରା ଜୀବନରେ ଖୁସୀ ଭରିଯାଇଥାଏ । ସେହିପରି ପରିବାରରେ ସୁଖ-ଶାନ୍ତି ବଳବତ୍ତର ରହିଥାଏ । ଅନ୍ୟପଟେ ଗୁରୁ ଅର୍ଥାତ ବୃହସ୍ଫତିଙ୍କୁ ମଧ୍ୟ ଦେବତାମାନଙ୍କ ଗୁରୁ ବୋଲି କୁହାଯାଇଥାଏ । ଜ୍ୟୋତିଷ ଶାସ୍ତ୍ରରେ ଗୁରୁଙ୍କୁ ଧନ, ଖୁସୀ, ପାରିବାରିକ ସୁଖ, ସନ୍ତାନର କାରକ ବୋଲି କୁହାଯାଇଥାଏ । ପୁରାଣରେ ବର୍ଣ୍ଣିତ କଥାନୁସାରେ ଗୁରୁବାର ଦିନ ହଳଦିଆ ଜିନିଷ ଦାନ ବହୁତ ଶୁଭ ହୋଇଥାଏ । ଏହିଦିନ କେସର, ହଳଦିଆ ଚନ୍ଦନ ଏବଂ ହଳଦୀ ଦାନ କରିବା ଦ୍ୱାରା ଗୁରୁ ମଜବୁତ ହୋଇଥାନ୍ତି ଏବଂ ସୁଖ-ସମୃଦ୍ଧ ପ୍ରାପ୍ତ ହୋଇଥାଏ ।
ଗୁରୁବାର ଦିନ ଭଗବାନ ବିଷ୍ଣୁଙ୍କୁ ପୂଜାର୍ଚ୍ଚନା କରିବାର ଅନେକ ବିଧି ରହିଛି । ସେହି ବିଧି ଅନୁସାରେ ଆପଣ ଭଗବାନ ବିଷ୍ଣୁଙ୍କ ପୂଜା କରିପାରିବେ ।
– ଗୁରୁବାରଦିନ ବ୍ରହ୍ମ ମୁହୂର୍ତ୍ତରେ ଉଠି ସ୍ନାନ ସାରି ଓଁ ବ ବୃହସ୍ପତେ ନମଃ ଏବଂ ଓଁ ନମୋ ଭଗବତେ ବାସୁଦେବାୟ ଜପନ୍ତୁ । ଏହାସହିତ କୌଣସି ପ୍ରକାରର ଦୋଷକୁ ଦୂର କରିବା ପାଇଁ ପାଣିରେ ସାମାନ୍ୟ ହଳଦୀ ମଶାଇ ସ୍ନାନ କରନ୍ତୁ ଏବଂ ହଳଦିଆ ବସ୍ତ୍ର ଧାରଣ କରନ୍ତୁ ।
– ସ୍ନାନ ସାରି ଭଗବାନ ବିଷ୍ଣୁଙ୍କ ସାମ୍ନାରେ ଘିଅ ଦୀପ ଜାଳନ୍ତୁ ଏବଂ ହଳଦିଆ ରଙ୍ଗର ଫୁଲ ସହିତ ଭଗବାନଙ୍କୁ ଭୋଗରେ ତୁଳସୀ ଅର୍ପଣ କରନ୍ତୁ । ପୁଣି ହଳଦୀ , ଚନ୍ଦନ, କେସର ଦ୍ୱାରା ଶ୍ରୀହରିଙ୍କ ଅଭିଶେକ କରନ୍ତୁ । ନିଜ ମଥାରେ ତିଲକ ଲଗାନ୍ତୁ ।
– ବିଷ୍ଣୁଙ୍କ ପ୍ରିୟ ରଙ୍ଗ ହେଉଛି ହଳଦିଆ । ସେଥିପାଇଁ ଗୁରୁବାର ଦିନ ବ୍ରାହ୍ମଣଙ୍କୁ ହଳଦିଆ ଜିନିଷ ଦାନ କରନ୍ତୁ ।
– ଗୁରୁବାର ବ୍ରତ ରଖୁଥିବା ବ୍ୟକ୍ତି କଦଳୀ ଗଛ ପୂଜା କରିବା ଉଚିତ୍ ।
– ଗୁରୁବାର ଦିନ କୌଣସି ଧାର ଉଦ୍ଧାର ନେବା କଥା ନୁହେଁ କି ଦେବା କଥା ନୁହେଁ ।