ଭୁବନେଶ୍ୱର (ଏଟିଆର ବ୍ୟୁରୋ): ମନ୍ତ୍ର ମଧ୍ୟରେ ଅନେକ ଶକ୍ତି ରହିଥାଏ । ମନ୍ତ୍ର ମାଧ୍ୟମରେ ପ୍ରତ୍ୟେକ ଅସମ୍ଭବକୁ ବି ସମ୍ଭବ କରାଯାଇ ପାରିବ । ଧାର୍ମିକ ଗ୍ରନ୍ଥରେ ଏଭଳି କିଛି ମନ୍ତ୍ର ବର୍ଣ୍ଣିତ ଅଛି, ଯାହାକୁ ନିୟମିତ ଜପିବା ଦ୍ୱାରା କଠିନ କାମ ବି ସହଜ ହୋଇ ଯାଇଥାଏ । ଏହାସହିତ ଜୀବନରେ ସର୍ବଦା ସୁଖ ସମୃଦ୍ଧି ବଳବତ୍ତର ହୋଇ ରହିଥାଏ ।
ସମସ୍ତ ମନ୍ତ୍ର ମଧ୍ୟରୁ ଆସନ୍ତୁ ଜାଣିବା ଗୋଟେ ମନ୍ତ୍ର ବିଷୟରେ..
ତୁଳସୀ ନାମାଷ୍ଟକ ମନ୍ତ୍ର:
ବୃନ୍ଦା ବୃନ୍ଦାବନୀ ବିଶ୍ୱପୂଜିତା ବିଶ୍ୱପାୱନୀ ।
ପୁଷ୍ପସାରା ନନ୍ଦନୀୟ ତୁଳସୀ କୃଷ୍ଣ ଜୀବନୀ । ।
ଏତଭାମାଂଷ୍ଟକ ଚ୍ୟାବ ସ୍ତ୍ରୋ୍ରତଂ ନାମର୍ଥ ସଂୟୂତମ ।
ୟଃ ପଠେତ ତାଂ ସମ୍ପୂଜ୍ୟ ଶୌସ୍ରମେଘ ଫଲଂଲମେତା । ।
ମନ୍ତ୍ର ଜପିବାର ବିଧି:-
ସକାଳୁ ଶୀଘ୍ର ଉଠି ସ୍ନାନ ସାରି ତୁଳସୀ ଗଛ ପୂଜା କରି ଚାରି ପାଖରେ ପରିକ୍ରମା କରନ୍ତୁ । ଏହାପରେ ଦୀପ ଜଳାନ୍ତୁ ।
ଏହାପରେ ଏକାନ୍ତରେ କୁଶ ଆସନରେ ବସି ତୁଳସୀ ମାଳା ଧରି ଏକ ମନ୍ତ୍ର ଜପନ୍ତୁ । ମନ୍ତ୍ର ଜପିବା ସମୟରେ ମୁହଁ ପୂର୍ବ ଆଡକୁ ହୋଇଥିବା ଆବଶ୍ୟକ । ପାଖାପାଖି ୫ ମାଳା ଜପିବା ନିହାତି ଆବଶ୍ୟକ ।
ଏଭଳି କରିବା ଦ୍ୱାରା ଘରେ ସୁଖ ସମୃଦ୍ଧି ବଳବତ୍ତର ହେବା ସହ ସମସ୍ତ ସମସ୍ୟା ଦୂରିଭୂତ ହୋଇଥାଏ ।