ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଆଜି ଚୈତ୍ର ନବରାତ୍ରୀର ଚତୁର୍ଥ ଦିନ । ଏହି ମା’ ଦୁର୍ଗାଙ୍କର ଚତୁର୍ଥ ସ୍ୱରୂପ ଦେବୀ କୁଷ୍ମାଣ୍ଡାଙ୍କୁ ପୂଜିବାର ବିଧି ରହିଛି । ଏହି ମା’ଙ୍କ ଆରାଧନା ଦ୍ୱାରା ଭକ୍ତଙ୍କ ବଳ, ବୁଦ୍ଧି ବିଦ୍ୟା, ପ୍ରେମ, ଜ୍ଞାନ,ଆୟୁ, ଯଶ, ଆରୋଗ୍ୟ, ସନ୍ତାନର ସୁଖ ପ୍ରାପ୍ତ ହୋଇଥାଏ । ଶାସ୍ତ୍ର ଅନୁଯାୟୀ ଯେତେବେଳେ ସାରା ଜଗତ ଅସ୍ତିତ୍ୱ ବିହିନ ଥିଲା, ସେହି ସମୟରେ ଦେବୀ କୁଷ୍ମାଣ୍ଡା ପୁରା ବ୍ରହ୍ମାଣ୍ଡକୁ ସଂରଚନା କରିଥିଲେ ।
ସୃଷ୍ଟିର ଆଦି ସ୍ୱରୂପା ଦେବୀ ହେଉଛନ୍ତି କୁଷ୍ମାଣ୍ଡା । ତାଙ୍କର ଏହି ସ୍ୱରୁପକୁ ପ୍ରଜ୍ୱଳିତ ପ୍ରଭାକର ବୋଲି କୁହାଯାଏ । ଅର୍ଥାତ ଚମକୁ ଥିବା ସୂର୍ଯ୍ୟଙ୍କ ଭଳି । ତାଙ୍କର କୀରଣ ଏତେ ମାତ୍ରାରେ ପ୍ରକାଶମୟ ଯେ ଦଶ କୋଣକୁ ପ୍ରଜ୍ୱଳିତ କରିପାରିବ । ବ୍ରହ୍ମାଣ୍ଡର ସମସ୍ତ ବସ୍ତୁ ଏବଂ ପ୍ରାଣୀମାନଙ୍କ ମଧ୍ୟରେ ମା’ କିରଣ ଛାଇ ହୋଇଛି ।
ଏହାସହିତ ସେ ଅଷ୍ଟଭୁଜା ଦେବୀ ନାମରେ ପ୍ରସିଦ୍ଧ । ତାଙ୍କ ହସ୍ତରେ ପଦ୍ମ, କମଣ୍ଡଳ, ଅମୃତପୂର୍ଣ୍ଣ କଳଶ, ଧନୁଷ, ବାଣ, ଚକ୍ର, ଗଦା ଏବଂ ଜପମାଳା ଧାରଣ କରିଥାନ୍ତି । ସାରା ଜଗତକୁ ସିଦ୍ଧି ଏବଂ ନିଧି ପ୍ରଦାନ କରୁଥିବା ଦେବୀ ହେଉଛନ୍ତି ମା’ କୁଷ୍ମାଣ୍ଡା । ସେଥିପାଇଁ ପୂର୍ବମୁଖା ହୋଇ ଲାଲ ରଙ୍ଗର ଆସନ ଉପରେ ବସି ସକାଳ ୬ ରୁ ୭ଟା ମଧ୍ୟରେ ମାଙ୍କର ସାଧନା କରନ୍ତୁ । ହାତରେ ଜଳ, ପୁଷ୍ପ, ଅକ୍ଷତ ନେଇ ସଂକଳ୍ପ କରନ୍ତୁ । ଏହାପରେ ହାତ ଯୋଡି ଦେବୀ ମାଙ୍କୁ ଧ୍ୟାନ କରନ୍ତୁ ।
ଦେବୀଙ୍କ ପୂଜାରେ ସୁଦ୍ଧ ଘିଆ ଦୀପ ଜଳାନ୍ତୁ । ସେହିପରି ଦେବୀଙ୍କ ଠାରେ ଲାଲ ରଙ୍ଗ ଫୁଲ ଅର୍ପଣ କରି ହାଲୁଆ ଭୋଗ ଲଗାନ୍ତୁ । ଶୃଙ୍ଗାରରେ ରକ୍ତ ଚନ୍ଦନ ଅର୍ପଣ କରନ୍ତୁ ।