ଦୃଢ ଇଚ୍ଛାଶକ୍ତି ମଣିଷକୁ ସଫଳତାର ଶୀର୍ଷରେ ପହଞ୍ଚାଏ । ଆଉ ଲକ୍ଷ୍ୟ ଜଦି ସ୍ଥିର ତେବେ ସଫଳତା ନିଶ୍ଚୟ । ଯାହାକୁ ପ୍ରମାଣ କରିଛନ୍ତି କଟକ, ଝାଞ୍ଜିର ମଙ୍ଗଳାର ଦୀପକ ବିଶ୍ୱାଳ । ତାଙ୍କର ପେଶା ସିନା ବ୍ୟବସାୟ ହେଲେ ନିଶା କିନ୍ତୁ ଚିତ୍ର ଆଙ୍କିବା । ଏ ନିଶା ତାଙ୍କର ଏବେକାର ନୁହେଁ । ପିଲାଦିନରୁ ଏହି ଅବୁଝା ନିଶା ଆଜି ତାଙ୍କୁ ଦେଇଛି ନୂଆ ଏକ ପରିଚୟ । ଏହି ଯୁବ କଳାକାରଙ୍କ ଜୀବନ କାହାଣୀ ବି ବେଶ ରୋମାଞ୍ଚକର । ନିଜର ଗ୍ରାଜୁଏସନ ସାରି ଇଞ୍ଜିନିୟରିଙ୍ଗି ପଢୁଥିଲେ । ତାଙ୍କ ମନ କହିଲା ଯାହାକରୁଛି ଭୁଲ କରୁଛି । ବର୍ଷ ଅଧାରୁ ଇଞ୍ଜିନିୟରିଙ୍ଗି ଛାଡି ଆରମ୍ଭ କଲେ ନୂଆ ଏକ ଜୀବନ । ପ୍ରଥମ ଗୋଟେ ବର୍ଷ ଫାର୍ମମାଷ୍ଟି ଭାବେ କାମ କଲେ । ଏହା ପରେ ଆରମ୍ଭ କଲେ ନିଜର ବ୍ୟବସାୟ । ବ୍ୟବସାୟରେ ସିନା ସଫଳ ହେଲେ କିନ୍ତୁ ଏତିକିରେ ବୁଝିଲାନି ମନ । ନିଜର ସ୍ୱପନକୁ ବାସ୍ତବ ରୂପ ଦେବାକୁ ପୁଣି ମନ ହେଲା ବ୍ୟାକୁଳ । କଥାରେ ଅଛି ଦେଖି ଥିବା ସ୍ୱପ୍ନ ଯଦି ମଣିଷକୁ ସୁଆଇ ଦିଏନି ସେ ସ୍ୱପ୍ନ ଦିନେ ନା ଦିନେ ବାସ୍ତବ ରୂପ ନିଏ । ଠିକ ଯାହା ଘଟିଥିଲା ଦିପକଙ୍କ କ୍ଷେତ୍ରରେ । କାନଭାସ ଉପରେ ରଙ୍ଗ ତୂଳିରେ ଆରମ୍ଭ ହୋଇଗଲା ଛବି ଆଙ୍କିବା । ଏହି ଛବିକୁ କିଭଳି ନୂଆ ରୂପ ଦେଇ ହେବ ଏଥିପାଇଁ ଆରମ୍ଭ ହୋଇଗଲା ଶୋସାଲ ମିଡିଆରେ ଅନୁସନ୍ଧାନ । ଇଚ୍ଛା ଥିଲେ ଉପାୟ ତ ନିଶ୍ଚୟ । ପ୍ରଥମେ ସେ ଏକ ସାଧା କାଗଜକୁ ଡିବିରି ଉପରେ ଦେଖାଇ କଳା କଲେ । ଡିବିରି ଧୂଆଁରେ କାଗଜକୁ କଳୂା କରି ସାରିବା ପରେ ତାଉପରେ ତୁଳା ଓ ଛୁଞ୍ଚି ସାହାର୍ଯ୍ୟରେ କଳ୍ପନାର ରୂପ ଦେଲେ । ଆଉ କଳା ଭିତରୁ ବାହାରିଲା ସୁନ୍ଦର ସୁନ୍ଦର ଛବି । ଗତ ୬ ମାସ ହେବ ସେ ଆରମ୍ଭ କରିଛନ୍ତି ଡିବିରି ଧୁଆଁରେ ଚିତ୍ର । ଯାହାର ନାମ ଦେଇଛନ୍ତି ସ୍ମୋକ ଆର୍ଟ । ଘର କି ରାନୀ, ପିହୁ, କଲର ଏକ ମାଚିସ୍ କା, ଅମୃତ, ଋଷି, ପରିଭାଷା, ମଧୁରାତି , ଗୋଟେ ଜୀବନ ଅନ୍ନପୂର୍ଣ୍ଣାର ଇତ୍ୟାଦି ନାମରେ ଚିତ୍ର ଗୁଡିକୁ ବେଶ ସୁନ୍ଦର ଭାବେ ନାମିତ କରିଛନ୍ତି । ତାଙ୍କର ଏହି ଅଭିନବ ପ୍ରସାସ ପାଇଁ ବହୁ ଅନୁଷ୍ଠାନ ପକ୍ଷରୁ ସମ୍ମାନୀତ ମଧ୍ୟ ହୋଇଛନ୍ତି । ସେ ଆଗକୁ ଆଶା ବି ରଖିଛନ୍ତି ଇଣ୍ଡିଆସ ଗଟ ଟ୍ୟାଲେଣ୍ଟରେ ଭାଗ ନେବାକୁ
JUST IN
-
ଘୋଷଯାତ୍ରାରେ ଜୟ ଜଗନ୍ନାଥ ଧ୍ୱନିରେ କମ୍ପୁଛି ବଡଦାଣ୍ଡ | 07 Jul 2024
-
ଆସନ୍ତାକାଲି ଘୋଷଯାତ୍ରା, ରଥଖଳାକୁ ବିଜେ ହୋଇଛି ଆଜ୍ଞାମାଳ | 06 Jul 2024
-
ଆଜି ଅଣସରର ଦ୍ୱାଦଶୀ ତିଥି, ଶ୍ରୀଜୀଉଙ୍କର ରାଜପ୍ରାସାଦ ବିଜେ ନୀତି | 03 Jul 2024
-
ରାଜ୍ୟରେ ପ୍ରବଳ ବର୍ଷିବ, ଆସୁଛି ୨ଟି ଲଘୁଚାପ | 03 Jul 2024
-
ଅଣସର ଘରେ ଶ୍ରୀଜିଉ: ଗୁପ୍ତ ଚିକିତ୍ସା କରୁଛନ୍ତି ସେବାୟତ | 30 Jun 2024
-
ଅଣସର ଘରେ ଶ୍ରୀଜିଉଙ୍କର ଚାଲିଛି ଗୁପ୍ତ ଚିକିତ୍ସା | 29 Jun 2024
-
ଟି-୨୦ ବିଶ୍ୱକପ ୨୦୨୪; ଭାରତ-ଦ.ଆଫ୍ରିକା ହେବେ ମୁହାଁମୁହିଁ | 29 Jun 2024
-
ଆଜିଠୁ ଆରମ୍ଭ ଅମରନାଥ ଯାତ୍ରା | 29 Jun 2024
-
ସକ୍ରିୟ ରହିଛି ଘୂର୍ଣ୍ଣିବଳୟ, ଆଜି ବି ବର୍ଷିବ | 28 Jun 2024
-
OSSTET ପରୀକ୍ଷା ଫଳ ପ୍ରକାଶ | 19 Jun 2024
-
ଆଜି ଚାଷୀଙ୍କ ଖାତାକୁ ଆସିବ ପିଏମ କିଷାନ ଟଙ୍କା | 18 Jun 2024
-
ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ବ୍ୟବସ୍ଥାକୁ ଶୃଙ୍ଖଳିତ କରିବା ନେଇ ସମୀକ୍ଷା କରିବେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ | 17 Jun 2024