ସମ୍ବଲପୁର , ପତ୍ରାପାଲି (ଏଟିଆର ବ୍ୟୁରୋ ) ; ରାସ୍ତା ମଝିରେ ଜଳିଗଲା ତେଲ ଟ୍ୟାଙ୍କର । ଆଉ ଟ୍ୟାଙ୍କର ଜଳି ଜିବନ୍ତ ଦଗ୍ଧ ହୋଇଗଲେ ଖୋଦ ଟ୍ୟାଙ୍କର ଡ୍ରାଇଭର । ଟ୍ରକ ସହ ମୁହାଁମୁହିଁ ଧକ୍କା ହେବା ଫଳରେ ଦୁର୍ଘଟଣା ସ୍ଥଳରେ ହିଁ ତେଲ ଟ୍ୟାଙ୍କର ସମେତ ତାର ଡ୍ରଇଭର ମଧ୍ୟ ଜଳି ଯାଇଥିବା ସୂଚନା ମିଳିଛି । ଏଭଳି ଅଭାବନୀୟ ଘଟଣା ସୋନପୁର – ସମ୍ବଲପୁର ରାସ୍ତାର ପତ୍ରାପାଲି ନିକଟରେ ଘଟିଛି । ତେବେ ଗୁରୁତର ଭାବେ ଅହତ ହୋଇଥିବା ଟ୍ୟାଙ୍କରର ହେଲପରକୁ ଉଦ୍ଧାର କରାଯାଇ ବୁର୍ଲା ମେଡିକାଲରେ ଭର୍ତ୍ତୀ କରାଯାଇଥିବା ଜଣା ପଡିଛି ।
ଏଭଳି ଦୁଃଖଦ ଦୁର୍ଘଟଣାକୁ ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି । ତେବେ ମୃତ ଡ୍ରାଇଭର ଓ ଗୁରୁତର ଆହତ ହୋଇଥିବା ହେଲପରଙ୍କର ପରିଚୟ ଏଯାଏ ମିଳିପାରିନାହିଁ । ସେପଟେ ଅଗ୍ନିଶମ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ନିଆଁ ଆୟତକୁ ଆଣିବାକୁ ଚେଷ୍ଟା ଚଳାଇଛନ୍ତି । ଦୁର୍ଘଟଣା ଘଟାଇଥିବା ଟ୍ରକ ଡ୍ରାଇଭରଙ୍କ ବିଷୟରେ ଏଯାଏଁ କୌଣସି ସୂଚନା ମିଳିପାରିନଥିବା ବେଳେ ପୋଲିସ ତଦନ୍ତ ଆରମ୍ଭ କରିଛି । ସମ୍ବଲପୁର – ସୋନପୁର ରାସ୍ତାରେ ଗାଡି ଚଳାଚଳ ବନ୍ଦ ରହିଛି ।