ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ବାତ୍ୟା ଫୋନିର ପ୍ରଭାବରେ ବେଶି ପ୍ରଭାବିତ ହୋଇଥିଲା ରାଜ୍ୟର ଦୁଇ ପ୍ରମୁଖ ଜିଲ୍ଲା ପୁରୀ ଓ ଖୋର୍ଦ୍ଧା । ଫୋନିର ପ୍ରଭାବରେ ଖାଲି ଯେ ଭୁବନେଶ୍ୱର ସହର ବେଶି ପ୍ରଭାବିତ ହୋଇଥିଲ । ତା ନୁହେଁ । ଭୁବନେଶ୍ୱରର ନନ୍ଦନକାନନ ପ୍ରାଣୀ ଉଦ୍ୟାନ । ଫୋନିର ପ୍ରଭାବରେ ନନ୍ଦନକାନନରେ ବ୍ୟାପକ କ୍ଷୟକ୍ଷତି ହୋଇଥିଲା । ଉଦ୍ୟାନ ଭିତରେ ଥିବା ପ୍ରାୟ ଶତାଧିକ ବଡବଡ ଗଛ ଉପୁଡି ପଡିଥିଲା ।
ନନ୍ଦନ କାନନର ସୂଚନା ଅନୁସାରେ ଏଥିରେ କୌଣସି ପଶୁପକ୍ଷୀ କ୍ଷତି ହୋଇନଥିଲେ । ଦୀର୍ଘ ୧୯ ଦିନ ଧରି ବନ୍ଦ ରହିଥିବା ନନ୍ଦନ କାନନ ଆଜି ସକାଳ ୭ ଟାରେ ଖୋଲିଛି । ୧୯ ଦିନ ହେଲା ବନ୍ଦ ରହିଥିବା ଉଦ୍ୟାନ କେବେ ଖୋଲିବ ତାକୁ ନେଇ ପର୍ଯ୍ୟଟକ ମାନେ ଚିନ୍ତାରେ ପଡିଥିଲେ । ଦୂରଦୂରାନ୍ତରୁ ଆସୁଥିବା ପର୍ଯ୍ୟଟକ ମଧ୍ୟ ନନ୍ଦନ କାନନ ନ ଦେଖି ଫେରି ଯାଉଥିବାର ଦେଖିବାକୁ ମିଳିଥିଲା । ନନ୍ଦନକାନନ କେବେ ପର୍ଯ୍ୟଟକଙ୍କ ନିମନ୍ତେ ଖୋଲିବ ତାକୁ ନେଇ ସମସ୍ତଙ୍କ ମନରେ ଆଶଙ୍କା ସୃଷ୍ଟି ହୋଇଥିଲା ।
ତେବେ ଆଜି ପ୍ରଥମ କରି ନନ୍ଦନକାନନ ଖୋଲିବା ପରେ ପର୍ଯ୍ୟଟକଙ୍କ ମଧ୍ୟରେ ବେଶ ଉତ୍ସାହା ଦେଖିବାକୁ ମିଳିଛି । ନନ୍ଦନକାନନ ପକ୍ଷରୁ ବିପର୍ଯ୍ୟସ୍ତ ହୋଇଥିବା ସବୁ ଖୁଆଡକୁ ସଫା କରାଯାଇଛି । ସେହିଭଳି ଯାତ୍ରୀଙ୍କ ସୁବିଧା ପାଇଁ ପରିସର ମଧ୍ୟରେ ପାନୀୟ ଜଳ ପ୍ରକଳ୍ପ ଓ ବିଶ୍ରାମ ଗୃହକୁ ଉପଯୋଗୀ କରଯାଇଛି । ଆଗ ପରି ବେଶି ଭିଡ ନ ହେଲେ ମଧ୍ୟ ବାହାରୁ ଆସିଥିବା କିଛି ପର୍ଯ୍ୟଟକ ଟିକେଟ କାଟି ନନ୍ଦନକାନନ ଭ୍ରମଣ କରିଯାଇଛି ।