ଭୁବନେଶ୍ୱର (ଏଟିଆର ବ୍ୟୁରୋ); ସଦ୍ୟ ପ୍ରକାଶ ପାଇଛି ନିର୍ବାଚନୀ ଫଳାଫଳ । ଦେଶଷର ବହୁମତ ପାଇଁ ପୁଣିଥରେ ବିଜେପି ସରକାର ଗଢ଼ିବା ପାଇଁ ଯାଉଛି । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କ ଗଣିତ ସବୁବେଳେ ଠିକ ହୋଇଥାଏ । କିନ୍ତୁ ଓଡିଶାରେ ଶାହାଙ୍କ ଗଣିତ କାମ ଦେଇନଥିବା ଦେଖିବାକୁୂ ମିଳିଛି । କାରଣ ସାରା ଦେଶରେ ମୋଦି ଲହର ଚାଲିଥିବା ରାଜ୍ୟରେ ନବୀନ ମ୍ୟାଜିକ ମୋଦି ଲହରକୁ ଅଟକାଇବାରେ ସଫଳ ହୋଇଛି ।
ଅମିତ ଶାହା ରାଜ୍ୟ ବିଜେପି କର୍ମୀଙ୍କୁ ୧୨୦ ପ୍ଳସ ଗଣିତ ଟାକ୍ସ ଦେଇଥିଲେ । ଓଡିଶାରେ ଏହି ଗଣିତକୁ ପାସ କରିବା ପାଇଁ ନିର୍ବାଚନ ପର୍ଯ୍ୟନ୍ତ ନିୟମିତ ଗସ୍ତ କରିଥିଲେ । ରାଜନୈତିକ ସମୀକ୍ଷକମାନେ ମଧ୍ୟ ମତ ଦେଇଥିଲେ କି ଶାହାଙ୍କ ଗଣିତ ପାସ କରିପାରେ । କିନ୍ତୁ ୧୨୦ର ନାରା ଦେଇଥିବା ବିଜେପି ଶେଷର ୨୩ରେ ସିମିତ ରହିଥିଲା । ଆଉ ଆଗକୁ ବଢ଼ିବା ପାଇଁ ବହୁତ ଚେଷ୍ଠା କରିଥିଲେ ସୁଦ୍ଧା ଏହା ଯାଇପାରିନଥିଲା ।
ତେବେ ଯଦିଓ ଅମିତ ଶାହାଙ୍କ ଦୀର୍ଘ ପ୍ରଶ୍ନ(ବିଧାନସଭା) ପାସ ହୋଇନାହିଁ କିନ୍ତୁ ସକ୍ଷିପ୍ତ ପ୍ରଶ୍ନ (ଲୋକସଭା)ରେ ପାସ କରିଛନ୍ତି । ଓଡିଶାରେ ୨୧ ଲୋକସଭା ମଧ୍ୟରୁ ବିଜେପି ୮ଟି ଅକ୍ତିଆର କରିଛି । କିନ୍ତୁ ରାଜ୍ୟରେ ବିଜେପି ସରକାର ଗଠନ କରିବାର ଯେଉଁ ସ୍ୱପ୍ନ ଦେଖିଥିଲା ତାହା ପୂରଣ ହୋଇନାହିଁ । କିନ୍ତୁ ଦଳ ରାଜ୍ୟରେ ମୁଖ୍ୟ ବିରୋଧୀ ଦଳ ଭାବରେ ଗଣା ହେବ । ବିଜେଡି ହାତରୁ କ୍ଷମତା ନଛଡାଇଲା ନାହିଁ କିନ୍ତୁ କଂଗ୍ରେସ କ୍ଷମତାକୁ ଜୋର କରି ଛଡାଇ ଆଣିବାରେ ସକ୍ଷମ ହୋଇଛି ।