ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ଜିଏ ଛାଇ ପରିକା ପାଖରେ ରହି ସବୁବେଳେ ଆମ ହସ, ଖୁସି ଆଉ ଆମ ଦୁଃଖରେ ଦୁଃଖୀ ହୋଇଥାଏ ସେ ହେଉଛି ମା । ଯାହାକୁ ବାଦ ଦେଲେ ଜୀବନର ପରି କଳ୍ପନା ଅସମ୍ଭବ । ସେଥିପାଇଁ କୁହାଯାଏ “ମା’ର ମମତା ଠାରୁ ଆଉ ଦୁନିଆରେ ଅଧିକ କିଛି ନାହିଁ । ଯାହାକୁ କହି ହୁଏନି କେବଳ ଅନୁଭବ କରି ହୁଏ । ସେଥିପାଇଁ ଦୁନିଆରେ ମା ବାପାଙ୍କ ସ୍ଥାନ ସବୁଠାରୁ ଉପରେ । ‘ମା” ଶବ୍ଦଟି ଆକାଶ ପରି ବ୍ୟାପକ ଆଉ ମାଟି ଠାରୁ ନିବିଡ ।
ଆମକୁ ଦୁନିଆର ପ୍ରଥମ ଆଲୋକ ଦେଖାଇଥାଏ “ମା’’ । ଯିଏ ଆମକୁ ଛୋଟରୁ ବଡ କରିଥାଏ । ଖାଲି ମଣିଷ ନୁହଁନ୍ତି ପଶୁ ପକ୍ଷୀ, ଜୀବ ଜନ୍ତୁ ମାନେ ମଧ୍ୟ ନିଜ ପିଲା ମାନଙ୍କୁ ଅଧିକ ଭଲ ପାଇଥାନ୍ତି । ଏମିତି କି ପିଲା ମାନଙ୍କୁ ବଞ୍ଚେଇ ରଖିବା ପାଇଁ ନିଜର ଦେହର ମାଂସ ବି ଖାଇବାକୁ ଦେଇଥାନ୍ତି ।
ଯାହାର ଏକ ଜ୍ୱଳନ୍ତ ଉଦାହରଣ ହେଉଛି କଙ୍କଡା ବିଛା । କଙ୍କଡା ବିଛା ପିଲା ଜନ୍ମ ହେବା ପରେ ସେମାନେ ସେମାନଙ୍କ ମା ର ପିଠି ଉପରେ ବସି ରହିଥାନ୍ତି । ପିଲା ମାନେ ଭଲରେ ଚାଲିବା ଶିଖିବା ପର୍ଯ୍ୟନ୍ତ ମା କଙ୍କଡା ବିଛା ନିଜ ପିଠିରେ ପିଲା ମାନଙ୍କୁ ବସାଇ ରଖିଥାଏ । ଏହି ସମୟରେ ପିଲାମାନେ ନିଜ ମା ପିଠିରୁ ମାଂସ ଖୁଣ୍ଟି କରି ଖାଇଥାନ୍ତି । ଏମିତି କି ନିଜ ମା ମରିଯିବା ପର୍ଯ୍ୟନ୍ତ ମଧ୍ୟ ପିଲାମାନେ ମା ପଠିରୁ ମାଂସ ଖାଇଥାନ୍ତି ।