ଜୀବନର ଅୟମାରମ୍ବ ରୁ ପରିସମାପ୍ତି । ସାତ ସୁରରେ ବନ୍ଧାଏ ଜୀବନ । ଆଉ ସୁର ପାଇଁ କେତେକଣ ବାଦ୍ୟ ଯନ୍ତ୍ରର ଆବଶୟକତା ଥାଏ । ସେଥିମଧ୍ୟରୁ ମୁରଲି ବା ବଂଶୀ ଅନ୍ୟତମ । ଯେଉଁ ବଂଶୀ ର ସୁରରେ ପାଗଳି ହୋଇ ଜମୁନା କୁଳକୁ ଧାଇଁ ଆସୁଥିଲେ ରାଧା । ବଂଶୀ ର ସ୍ୱର ଯଦି ଏତେ ସୁନ୍ଦର ତେବେ ବଂଶୀ କୁ ତିଆରି କରୁଥିବା ବ୍ୟକ୍ତିଯେ କେତେ ସୁନ୍ଦର ହୋଇନଥିବେ । ଏଭଳିଏକ ବଂଶୀ କାରିଗରଙ୍କୁ ଭେଟିଥିଲା ଆମ ଏଟିଆର ନିୟୁଜ୍ ।
ଦୀର୍ଘ ୩୦ ବର୍ଷ ହେଲା ଜଗନ୍ନାଥ ଶତପଥି ବଂଶୀ ତିଆରି କରି ଆସୁଛନ୍ତି । ସେ ପେଶାରେ ଜଣେ ବ୍ୟାଙ୍କ କର୍ମଚାରୀ ଥିଲେ । ଛୋଟ ବେଳୁ ବଂଶୀ ବଜାଇବା ପାଇଁ ତାଙ୍କର ବହୁତ ଇଛା ଥିଲା, ସେଥିପାଇଁ ସେ ଖୁବ୍ ପରିଶ୍ରମ ମଧ୍ୟ କରିଥିଲେ । ଏହି ପ୍ରତିଭା ସେ ତାଙ୍କ ପୁଅଙ୍କୁ ଶିଖାଇଥିଲେ । ଏହାପରେ ସେ ବଂଶୀ ତିଆରି କରିବା ପାଇଁ ଆଗେଇ ଆସିଥିଲେ । କିଛିଦିନ ପ୍ଲାଷ୍ଟିକ ପାଇପରେ ବଂଶୀ ତିଆରି କରୁଥିଲେ । ବହୁ ଅନୁସନ୍ଧାନ ପରେ ସେ ବାଉଁଶ ପାଇଥିଲେ । ଏହି ବାଉଁଶ ଉତ୍ତରପ୍ରଦେଶର ବରେଲି ଅଞ୍ଚଳରୁ ଆଣିଥାନ୍ତି ଜଗନ୍ନାଥ ଶତପଥୀ । ଏହି ବାଉଁଶରୁ ସେ ପାଖାପାଖି ୨୫ରୁ ଉର୍ଦ୍ଧ ପ୍ରକାରର ବଂଶୀ ତିଆରି କରିଥାନ୍ତି ।
ସେ ତାଙ୍କ ଭୀମଟାଙ୍ଗି ସ୍ଥିତ ବାସ ଭବନରେ ଏହି ବଂଶୀ ଗୁଡିକୂୁ ତିଆରି କରୁଛନ୍ତି । ଯେଉଁ ବଂଶୀର ଦର ୫୦୦ ଟଙ୍କାରୁ ଆରମ୍ଭ କରି ୫ ହଜାର ଟଙ୍କା ପର୍ଯ୍ୟନ୍ତ ରହିଛି । ଏହି ବଂଶୀକୁ ଖାଲି ଆମ ଦେଶରେ ନୁହେଁ ବିଦେଶରେ ମଧ୍ୟ କଳାକାର ମାନେ ବଜାଉଛନ୍ତି ।