ଭୁବନେଶ୍ୱର,(ଏଟିଆରବ୍ୟୁରୋ): ଆଉ ଓଭରବ୍ରିଜ୍ ତଳେ ଦେଇ ଯାତାୟତ କରିବ ନାହିଁ କଟକ-ଭୁବନେଶ୍ୱରକୁ ଯାଉଥିବା ବସ୍ । ଏମିତି ଅର୍ଡର ଦେଇଛି କମିଶନରେଟ ପୁଲିସ । ଏନେଇ ଏକ ବିଜ୍ଞପ୍ତି ମଧ୍ୟ ପ୍ରକାଶ ପାଇଛି । ଯଦି ଏଥିରେ ଓଲମବିଲମ ହୁଏ ବା କେହି ବସ ଚାଳକ ଏହାକୁ ବେଖାତିର କରେ ତେବେ ସିଧା ୧ହଜାର ଟଙ୍କା ଫାଇନ୍ କରାଯିବ ବୋଲି ସୂଚନା ମିଳିଛି । ବଢ଼ୁଥିବା ଟ୍ରାଫିକ୍ ସମସ୍ୟାକୁ ଏଡାଇବା ଲାଗି ଏଭଳି ପଦକ୍ଷେପ ନିଆଯାଇଥିବା ଜଣାପଡିଛି । କମିଶନରେଟ ପୁଲିସର ଏଭଳି ପଦକ୍ଷେପକୁ ସ୍ୱାଗତ କରିଛନ୍ତି ରାଜଧାନୀ ବାସୀ ।
ସେପଟେ କଟକ ଯାଉଥିବା କୌଣସି ବସ ଆଉ ବାଣୀବିହାର କି ଆଚାର୍ଯ୍ୟ ବିହାରରେ ଛକରେ ରହିବନି । ଏଣିକି ସବୁ ବସ ବାଣୀବିହାର, ଆଚାର୍ଯ୍ୟ ବିହାର ଛକ ବଦଳରେ କ୍ରାଉନ ହୋଟେଲ ଏବଂ ସତସଙ୍ଗ ବିହାର ଛକରେ ରହିବ । ଆଉ ସମସ୍ତ ଯାତ୍ରୀ ସେଉଠୁ ବସ ଧରି ଯାତ୍ରା କରିବେ ବୋଲି କମିଶନରେଟ ପୋଲିସ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି ।
ତେବେ ନୂଆ ନିୟମ ଲାଗୁ ହେବା ପରେ ଟ୍ରାଫିକ ବ୍ୟବସ୍ଥାକୁ କଡାକଡି କରାଯାଇଥିବା ବେଳେ କେମିତି ସୁରକ୍ଷିତ ଯାତ୍ରା କରିହେବ ଆଉ ଗାଡି ଚଳାଇଲା ବେଳେ କୌଣସି ଅସୁବିଧା ନେହେବ ସେନେଇ ଗୋଟିଏ ପରେ ଗୋଟିଏ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରୁଛି କମିଶନରେଟ ପୋଲିସ ।