ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ଦେଶରେ ଏବେ କିଏ ପ୍ରଧାନମନ୍ତ୍ରୀ ହେବ ତାକୁ ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସାମ୍ନାକୁ ଆସିଛି । ଯାହାକୁୂନେଇ ଓଡିଶା ସମେତ ସାରା ଦେଶରେ ଆଲୋଚନା ଜୋର ଧରିଛି । ଏହି ଅବସରରେ ଗତକାଲି ବିଜେଡିର ଦୁଇ ବରିଷ୍ଠ ନେତା ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଓ ସୂର୍ଯ୍ୟନାରାୟଣ ପାତ୍ର ମୁହଁ ଖୋଲିଥିଲେ । ଶ୍ରୀ ପାତ୍ର ଗଣମାଧ୍ୟମକୁ କହିଥିଲେ ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀ ହେବାକୁ ଯୋଗ୍ୟ । ପାତ୍ରଙ୍କର ଏହି ବୟାନ ପରେ ଫୋନି ପାଇଁ ଟିକେ ଶୀତଳ ପଡିଥିବା ରାଜନୀତି ପାଣପାଗ ପୁଣି ଚଳଚଞ୍ଚଳ ହୋଇଛି ।
ନବୀନଙ୍କ ପ୍ରଧାନମନ୍ତ୍ରୀ ହେବା ପ୍ରସଙ୍ଗରେ ଆଜ ତୁଣ୍ଡ ଖୋଲିଛନ୍ତି ବିଜେପି ନେତା ଦାମୋଦର ରାଉତ । ଶ୍ରୀ ରାଉତ ବିଜେଡିର ଦୁଇ ବରିଷ୍ଠ ନେତାଙ୍କ ମନ୍ତବ୍ୟକୁ ସମାଲୋଚନା କରି କହିଛନ୍ତି ବିଜେଡିର ଏହି ମନ୍ତବ୍ୟ କେବଳ ତେଲ ମାରିବା ପାଇଁ ଉଦିଷ୍ଟ । ସେ ଆହୁରି ମଧ୍ୟ କହିଛନ୍ତି ୫୦୩ ସଦସ୍ୟ ବିଶିଷ୍ଟ ସଂସଦରେ ଓଡିଶାର ଭାଗ କେବଳ ୨୧ । ୨୧ ଆସନକୁ ନେଇ ପ୍ରଧାନମନ୍ତ୍ରୀ ହେବାର ସ୍ୱପ୍ନ ଦେଖିବା କେତେ ଠିକ ବୋଲି ସେ ପାଲଟା ପ୍ରଶ୍ନ କରିଛନ୍ତି । ଏଥର ସ୍ଥିତି ବଦଳିଛି,୨୧୪ ରେ ବିଜେଡି ୨୦ ଆସନ ପାଇଥିଲା ।
୨୦୧୯ ରେ କିନ୍ତୁ ସେ ଓଡିଶାରେ ସେ ସ୍ଥିତି ନାହିଁ ତେଣୁ ନବୀନ କେମତି ପ୍ରଧାନମନ୍ତ୍ରୀ ହେବେ ତାହା ତାଙ୍କୁ ହିଁ ଜଣା ବୋଲି କହିଛନ୍ତି ବିଜେପି ନେତା ଦାମୋଦର ରାଉତ । ୬୦ ଦଶକରେ ବିଜୁବାବୁ ପ୍ରତିରକ୍ଷା ମନ୍ତ୍ରୀ ହୋଇଥାନ୍ତେ ଯାହା ଜବାହାର ଲାଲ ନେହେରୁ ଇଚ୍ଛା କରିଥିଲେ । ମାତ୍ର ସେ ସମୟରେ ଓଡିଶାରେ କଂଗ୍ରେସର ଭଲ ପ୍ରଦର୍ଶନ କରି ନଥିବାରୁ ତାହା ହୋଇ ପାରିଲା ନାହିଁ ବୋଲି କହିଛନ୍ତି ଦାମ ବାବୁ ।