ରେଲୱେ ଷ୍ଟେସନ ଏଭଳି ଏକ ସ୍ଥାନ ଯେଉଁଠି ଦିନ ରାତି ଲୋକଙ୍କ ଭିଡ ଦେଖିବାକୁ ମିଳିଥାଏ । ବହୁ ଦୁରଦୁରାନ୍ତକୁ ଯାତ୍ରୀମାନେ ଏହି ଷ୍ଟେସନରୁ ଯାତ୍ରା ଆରମ୍ଭ କରିଥାନ୍ତି । ସେଥିପାଇଁ ଅହରହ ଲୋକଙ୍କ ପାଟି ଶୁଣା ଯିବା ସହ ଟ୍ରେନ ଯାତାୟତର ଶଦ୍ଧ କାନରେ ଗୁଞ୍ଜରିତ ହୁଏ । କିନ୍ତୁ ଆପଣମାନେ କେବେ ଶୁଣିଛନ୍ତି କି ରେଲୱେ ଷ୍ଟେସନରେ ଟ୍ରେନ ହର୍ନ ବଦଳରେ ଶୁଣିବାକୁ ମିଳିଛୁ କିଛି ରହସ୍ୟମୟ ବିକଟାଳ ଶଦ୍ଧ । କଥାଟା ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିବ କିନ୍ତୁ ଏହା ସତ୍ୟ । ଦୁନିଆରେ ଏଭଳି କିଛି ରେଲୱେ ଷ୍ଟେସନ ଅଛି ଯେଉଁଠିକୁ ଯାତ୍ରୀ ଯିବାକୁ ଡରୁଛନ୍ତି । ସେହି ଷ୍ଟେସନର ଭୟାଭୟ ଦୃଶ୍ୟକୁ ଦେଖି ଷ୍ଟେସନ ଗୁଡିକୁ ବନ୍ଦ କରି ଦିଆ ଯାଇଛି । ତେବେ ଆସନ୍ତୁ ଜାଣିବା କେଉଁ ସ୍ଥାନରେ ରହିଛି ଏଭଳି ରହସ୍ୟମୟ ଷ୍ଟେସନ ।
- ଶିଙ୍ଗାପୁରରେ ଥିବା ବି ଶାନ ଏମଆରଟି ଷ୍ଟେସନ ଖୁବ୍ ଲୋକପ୍ରିୟ । ଏହାକୁ ଏକ ଶ୍ମସାନ ଉପରେ ନିର୍ମାଣ କରାଯାଇଛି ।
- ମେକ୍ସିକୋର ପେଣ୍ଟିୟୋନେଓ ଏବଂ ଟେକୁବା ଷ୍ଟେସନ ମଝିରେ ଏକ ସୁଡଙ୍ଗ ଅଛି । ଯେତେବେଳେ ଏହି ସୁଡଙ୍ଗ ଦେଇ ଟ୍ରେନଟି ଯାଇଥାଏ । ସେତେବେଳେ ସୁଡଙ୍ଗ ଭିତରୁ ଭୂତର ବିକଟାଳ ଶଦ୍ଧ ଶୁଣିବାକୁ ମିଳିଥାଏ ।
- ଚୀନ୍ରେ ଥିବା କାଓବାଓ ରୋଡ ସ୍ଥିତ ବସୱେ ଷ୍ଟେସନ ଖୁବ୍ ଭୟାଭୟ । କୁହାଯାଏ ଏଠାରେ କେତେବେଳେ ଟ୍ରେନ ଖରାପ ହୋଇଯାଇଥାଏ ତ ଆଉ କେତେବେଳେ ଭୁତର ଛାଇ ଦେଖିବାକୁ ମିଳିଥାଏ ।
- ଭାରତରେ ଥିବା ପୁରୁଲିଆ ଠାରୁ ୫୦ କି.ମି ଦୂରରେ ରହିଛି ବେଗୁନକୋଡୋର ଷ୍ଟେସନ । ୧୯୬୭ ରେ ଏକ ଷ୍ଟେସନ କର୍ମଚାରୀ ଏଠାରେ ଏକ ଧଳା ଶାଢୀ ପିନ୍ଧା ମହିଳାକୁ ଦେଖିଥିଲେ । ତାପରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ସେବେଠାରୁ ଷ୍ଟେସନଟିକୁ ବନ୍ଦ କରି ଦିଆଯାଇଛି ।
- ଅଷ୍ଟ୍ରେଲିଆର ମ୍ୟାକେରି ଫିଲଡସ୍ ରେଲୱେ ଷ୍ଟେସନ ମଧ୍ୟ ଖୁବ୍ ଭୟାଭୟ । ଏଠାରେ ରହୁଥିବା ସ୍ଥାନୀୟ ଲୋକଙ୍କ କହିବାନୁଯାୟୀ ଗୋଟେ ମହିଳା ରକ୍ତଜୁଡୁବୁଡୁ ଅବସ୍ଥାରେ ଏଠାରେ ଦେଖାଦିଏ । ଏବଂ ମହିଳାଟିର ଚିତ୍କାର କରିବାର ଶଦ୍ଧ ଅନେକ ଲୋକ ଶୁଣିଛନ୍ତି ।