ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ବାଜି ସାରିଛି ନିର୍ବାଚନୀ ବିଗୁଲ୍ । ଆରମ୍ଭ ହୋଇଛି ପ୍ରଚାର । ବିଭିନ୍ନ ଦଳ ପକ୍ଷରୁ ଠା’ ଠା’ ରେ ନେତା ଓ ମନ୍ତ୍ରୀଙ୍କ ଫଟୋ ଲଗାଯାଉଛି । ଏହାସହିତ ଦଳ ପକ୍ଷରୁ ମତଦାତାଙ୍କୁ ମନେଇବା ଅଭିଯାନ ଜାରି ରହିଛି । ଇତି ମଧ୍ୟରେ ରେଲୱେ ଏବଂ ଏୟାର ଇଣ୍ଡିଆର ଟିକେଟରେ ପ୍ରଧାନମନ୍ତ୍ରୀଙ୍କ ଫଟୋ ଦେଖିବାକୁ ମିଳିଛି । ଏହା ଆଦର୍ଶ ଆଚାର ସଂହିତାକୁ ଉଲଂଘନ କରୁଛି ବୋଲି ନିର୍ବାଚନ ଆୟୋଗ ପକ୍ଷରୁ କୁହାଯାଇଛି । ଏନେଇ ରେଳ ମନ୍ତ୍ରାଳୟ ଏବଂ ବିମାନ ମନ୍ତ୍ରାଳୟ କୁ ନିର୍ବାଚନ ଅୟୋଗ ପକ୍ଷରୁ ଚିଠି ଲେଖାଯାଇ ଏହାର ଉତ୍ତର ମଗା ଯାଇଛି । ଆୟୋଗ ପକ୍ଷରୁ ପ୍ରଶ୍ନ କରାଯାଇଛି କି ଆଚାର ସଂହିତା ଲାଗୁ କରାଯିବା ସତ୍ୱେ ବି ରେଲୱେ ଟିକେଟରେ ପ୍ରଧାନମନ୍ତ୍ରୀଙ୍କ ଫଟୋ କାହିଁକି ହଟା ଯାଇ ନାହିଁ । ଏନେଇ ମନ୍ତ୍ରାଳୟକୁ ତିନି ଦିନ ମଧ୍ୟରେ ଜବାବ ଦେବା ପାଇଁ ନିର୍ବାଚନ ଅୟୋଗ ପକ୍ଷରୁ ଦାବି କରାଯାଇଛି ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମାଦି ଏବଂ ଗୁଜୁରାଟ ର ମୁଖ୍ୟମନ୍ତ୍ରୀ ବିଜୟ ରୁପାଣୀଙ୍କ ଫଟୋ ସହିତ ବୋଡିଂ ପାସ୍ ଜାରି କରିବାକୁ ନେଇ ଏୟାର ଇଣ୍ଡିଆର ଆଲୋଚନା ଚାଲିଛି । କିଛି ଦିନ ପୂର୍ବରୁ ରେଲୱେ ଟିକେଟରେ ପ୍ରଧାନମନ୍ତ୍ରୀଙ୍କ ଫଟୋ କୁ ନେଇ ବବାଲ ହୋଇଥିଲା ।
ଏହାୟରଲାଇନ୍ ପକ୍ଷରୁ କୁହାଯାଇଛି କି, ଫଟୋ ଥିବା ବୋର୍ଡିଂ ପାସ୍ ଯଦି ଆଚାର ସଂହିତାକୁ ଉଲଂଘନ କରୁଥିବ ତେବେ ଏହାକୁ ହଟାଯିବ । ଏହି ପାସ୍ ତୃତୀୟ ପକ୍ଷ ବିଜ୍ଞାପନ ରୂପରେ ଜାରି କରାଯାଇଛି ।