ମାଲକାନଗିରି (ଏଟିଆର ବ୍ୟୁରୋ):ଲାଗି ରହିଛି ବର୍ଷା । ଅସ୍ତବ୍ୟସ୍ତ ହୋଇ ପଡିଛନ୍ତି ମାଲକାନଗିରି ବାସୀ । ଚାରିଆଡେ ବେହାଲ ପରିସ୍ଥିତି ଦେଖିବାକୁ ମିଳିଛି । ରାସ୍ତା ଘାଟରେ ପାଣି ଜମି ରହବା ସହ ନଦୀର ଜଳ ସ୍ତର ବଢିବାରେ ଲାଗିଛି ।
ଗତକାଲି ଅପରାହ୍ନ ୫ଟାରୁ ମାଲକାନଗିରିରେ ପ୍ରବଳ ବର୍ଷା ଲାଗି ରହିଛି । ଫଳରେ ଏହା ବନ୍ୟା ପରିସ୍ଥିତି ସୃଷ୍ଟି କରିଛି । ବହୁ ପୋଲ ଉପରେ ଦେଇ ଜଳ ପ୍ରଭାବିତ ହେଉଥିବାରୁ ଯାତାୟତ ବାଧାପ୍ରାପ୍ତ ହୋଇଛି ।
ସମସ୍ତ ପ୍ରକାର ବିପର୍ଯ୍ୟୟର ମୁକାବିଲା କରିବା ଲାଗି ସଜାଗ ହୋଇ ରହିଛି ଜିଲ୍ଲା ପ୍ରଶାସନ ।