ଭୁବନେଶ୍ୱର (ଏଟିଆର ବ୍ୟୁରୋ); ରାଜ୍ୟରେ ସରକାର ପୁରୁଣା । କିନ୍ତୁ କରାଯାଇଥିଲା ନୂଆ ନିୟମ । ତେବେ ସରକାରଙ୍କ କଟକଣା କେବଳ ନିୟମରେ ହିଁ ରହିଯାଇଛି । ଏହାକୁ କେହି ପାଳନ କରୁନଥିବା ଦେଖିବାକୁ ମିଳିଛି । ରାଜ୍ୟ ସରକାର ୨୦୧୯ ମାର୍ଚ୍ଚ ୮ ତାରିଖରେ ସ୍କୁଲ ପିଲାଙ୍କ ବ୍ୟାଗର ଓଜନ ଉପରେ କଟକଣା ଲଗାଇଥିଲେ । ତେବେ ଏହି କଟକଣା ଏବେ ଅଧା ବାଟରେ ହୋଇ ଯାଇଛି ବାଟବଣା । ଯେଉଁ କାରଣରୁ ସରକାରଙ୍କ ଏହି କଟକଣାକୁ ଫୁ କରି ଦେଇଥିବା ଦେଖିବାକୁ ମିଳିଛି ।
ସୂଚନା ଅନୁଯାୟୀ,୨୦୧୯ ମାର୍ଚ୍ଚ ୮ ରାଜ୍ୟ ସରକାର ଘୋଷଣା କରିଥିଲେ କି ୧ ରୁ ୨ୟ ଶ୍ରେଣୀ ମଧ୍ୟରେ ଛାତ୍ର ଛାତ୍ରୀ ମାନଙ୍କ ପାଇଁ ସ୍କୁଲ ବ୍ୟାଗର ଓଜନ (୧.୫ କେଜି) , ୩ରୁ ୫ ପିଲାମାନଙ୍କ ପାଇଁ ( ୨ରୁ ୩କେଜି) ୬ରୁ୭ମ ପିଲାମାନଙ୍କ ପାଇଁ (୪କେଜି)ଏବଂ ୮ରୁ ୧୦ଯାଏ ପିଲାମାନଙ୍କ ପାଇଁ ୪.୫ରୁ (୫ କେଜି) ମଧ୍ୟରେ ବ୍ୟାଗର ଓଜନ ପରିବହନ କରିପାରିବେ ।
ତେବେ ଏହି କଟକଣା କେବଳ ନିୟମରେ ରହି ଯାଇଛି । ପିଲାମାନେ ବେଫିକର ଆବଶ୍ୟକତାଠାରୁ ଅଧିକ ଓଜନର ବ୍ୟାଗ ନେଇ ସ୍କୁଲକୁ ଯାଉଛନ୍ତି । ଏମିତିକି ପ୍ରଥମ ଏବଂ ଦ୍ୱିତିୀୟ ଶ୍ରେଣୀ ଛୁଆମାନେ ୫କେଜି ଓଜନର ବ୍ୟାଗ ନେଇ ସ୍କୁଲ ଯାଉଛନ୍ତି । ପ୍ରଶାସନର ନାକ ନିଶତଳେ ଏଭଳି ହେଉଥିଲେ ମଧ୍ୟ ଚେତାପଶିନଥିବା ଦେଖିବାକୁ ମିଳିଛି । ଯାହାକୁ ନେଇ ସାଧାରଣରେ ଉଠିଛି ପ୍ରଶ୍ନ କେବେ ପାଳନ ହେବ ସରକାରଙ୍କ ନିୟମ?