ହରିଆଣା (ଏଟିଆର ବ୍ୟୁରୋ): ଭାରତରେ ଏଭଳି ଅନେକ ଜିନିଷ ଅଛି ଯାହାକୁ ବୁଝିବା କଷ୍ଟକର ହୋଇ ପଡିଥାଏ । କିନ୍ତୁ ଯେତେବେଳେ ସେହି ଖବରକୁ ନେଇ ବାରମ୍ବାର ଚର୍ଚ୍ଚା ହେବାରେ ଲାଗେ ସେତେବେଳେ ଯାଇ ଘଟଣାଟି ବୁଝା ପଡିଥାଏ । ପ୍ରକୃତରେ ହରିଆଣା ସ୍ଥିତ ମହେନ୍ଦ୍ରଗଢରେ ଏଭଳି ଏକ ଅଜବ ଘଟଣା ସମ୍ନାକୁ ଆସିଛି
।
ମିଳିଥିବା ରିପୋର୍ଟ ଅନୁସାରେ, ହରିଆଣାର ମହେନ୍ଦ୍ରଗଢରେ ସନ୍ତରାମ ନାମକ ଜଣେ ବ୍ୟକ୍ତି ବାସ କରୁଛନ୍ତି । ସନ୍ତରାମଙ୍କ ବ୍ୟକ୍ତିତ୍ୱ ବିଷୟରେ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଆଜ୍ଞା ହଁ ଏହି ବ୍ୟକ୍ତି ଜଣଙ୍କୁ ଥଣ୍ଡା ଦିନରେ ଗରମ ଲାଗେ ଏବଂ ଗରମ ଦିନରେ ଥଣ୍ଡା ଲାଗଥାଏ ।
ଗରମ ଦିନ ଆସିଲା ମାତ୍ରେ ସନ୍ତରାମ କମ୍ବଳ ଘୋଡି ହୋଇ ଚୂଲା ମୂଳରେ ବସି ଶେଖି ହୋଇଥାନ୍ତି । ଏବଂ ଥଣ୍ଡା ଦିନରେ ବରଫ ଖଣ୍ଡ ମାନ ଖାଇଥାନ୍ତି । ସେଠାକର ସ୍ଥାନୀୟ ଲୋକଙ୍କ କହିବାନୁଯାୟୀ , ପିଲାଦିନରୁ ସନ୍ତରାମ ଏଭଳି କରି ଆସୁଛନ୍ତି ।