କଟକ(ଏଟିଆର ବ୍ୟୁରୋ):୧୯୪୯ ମସିହା, କଟକର କିଲ୍ଲା ପଡ଼ିଆରେ କଟକ ଏକାଦଶ ଓ କଲିକତାର ଭବାନୀପୁର ଏକାଦଶ ମଧ୍ୟରେ ଏକ ଫୁଟବଲ ମ୍ୟାଚ ଅନୁଷ୍ଠିତ ହୋଇଥିଲା। ଯେଉଁ ମ୍ୟାଚ ଦେଖିବାକୁ ଆସିଥିଲେ ତତକାଳୀନ ମୁଖ୍ୟମନ୍ତ୍ରୀ ହରେକୃଷ୍ଣ ମହତାବ । ପଡ଼ିଆକୁ ତାଟି ଘେରା ହୋଇଥିଲା ଓ ହଜାର ହଜାର ଦର୍ଶକ ଏହି ମ୍ୟାଚଟିକୁ ଠିଆ ହୋଇ ଦେଖୁଥିଲେ । ଯାହା ମହାତାବଙ୍କୁ ବେଶ ମର୍ମହତ କରିଥିଲା । ଦର୍ଶକ ମାନଙ୍କର ଏହି ଦୁର୍ଦଶା ଦେଖି, ମହତାବ ସେହିଦିନ ଏକ ଷ୍ଟାଡିଅମ ନିର୍ମାଣ କରିବାକୁ ଘୋଷଣା କରିଥିଲେ । ଆଉ ଏହାର ନିର୍ମାଣ ଦାୟିତ୍ୱ ଦିଆଯାଇଥିଲା ପୂର୍ବତନ ବିଧାୟକ ଭୈରବ ଚନ୍ଦ୍ର ମହାନ୍ତିଙ୍କୁ । ୧୯୫୦ମସିହାରେ ଷ୍ଟାଡିଅମର ଭିତ୍ତି ପଡିଥିଲା ଏବଂ ଷ୍ଟାଡିଅମର ନାଁ ରଖାଯାଇଥିଲା ବାରବାଟି ଷ୍ଟାଡିଅମ ।
ଏହି ଷ୍ଟାଡିୟମରେ ୧୯୮୨ ମସିହା ଜାନୁଆରୀ ୨୭ତାରିଖରେ ପ୍ରଥମ ଦିନିକିଆ ମ୍ୟାଚ ଖେଳା ଯାଇଥିଲା । ଏଠାରେ ପ୍ରଥମ ଟେଷ୍ଟ ମ୍ୟାଚ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ରହିଥିଲା । ସେହିଭଳି ଶେଷ ଟେଷ୍ଟ ୧୯୯୫ ମସିହାରେ ଭାରତ ଓ ନିଉଜିଲାଣ୍ଡ ମଧ୍ୟରେ ଅନୁଷ୍ଠିତ ହୋଇଥିଲା ।
ଏଠାରେ ୨ଟି ଟେଷ୍ଟ ମ୍ୟାଚ, ୧୮ଟି ଦିନିକିଆ ଓ ୨ ଟି-୨୦ ମ୍ୟାଚ ଖେଳା ଯାଇଛି । ୨୦୧୭ ମସିହାରେ ଶେଷ ମ୍ୟାଚ ଭାରତ –ଇଂଲଣ୍ଡ ମଧ୍ୟରେ ଖେଳା ଯାଇଥିଲା । ଯେଉଁ ଥିରେ ଭାରତ ଇଂଲଣ୍ଡ ଠାରୁ ହାରି ଯାଇଥିଲା ।
ଏଠାରେ ସର୍ବାଧୀକ ଟେଷ୍ଟ ମ୍ୟାଚ ସ୍କୋର ଭାରତ ୪୦୦ ରନ ଶ୍ରୀଲଙ୍କା ବିପକ୍ଷରେ କରିଥିବା ବେଳେ, ସର୍ବନିମ୍ନ ଟେଷ୍ଟ ମ୍ୟାଚ ସ୍କୋର ଶ୍ରୀଲଙ୍କା ଭାରତ ବିପକ୍ଷରେ କରିଛି । ସେହିଭଳି ଦିନିକିଆ ମ୍ୟାଚରେ ଭାରତ ସର୍ବାଧିକ ୩୮୧ରନ ଇଂଲଣ୍ଡ ବିପକ୍ଷରେ କରିଥିବା ବେଳେ ସର୍ବନିମ୍ନ ସ୍କୋର ୱେଷ୍ଟେଇଣ୍ଡିଜ ଅଷ୍ଟ୍ରେଲିଆ ବିପକ୍ଷରେ କରିଛି ।
ଶ୍ରେଷ୍ଟ ବ୍ୟକ୍ତି ଗତ ଟେଷ୍ଟ ମ୍ୟାଚ ସ୍ମୋର ଦିଲ୍ଲପି ଭେଙ୍ଗସରକାର ୧୬୬ ରନ କରିଥିବା ବେଳେ ଦିନିକିଆ ମ୍ୟାଚରେ ମହମ୍ମଦ ଆଜାରୁଦିନ ୧୫୩ ରନ କରିଛନ୍ତି । । ସେହିଭଳି ନ୍ୟୁଜିଲାଣ୍ଡ ବିପକ୍ଷରେ ଟେଷ୍ଟ ମ୍ୟାଚରେ ନରେନ୍ଦ୍ର ହିରୱାନି ୫୯ ରନ ବଦଳରେ ୬ଟି ୱିକେଟ ନେଇ ଥିବା ବେଳେ ଦିନିକିଆ ମ୍ୟାଚରେ ୪ଟି ୱିକେଟ ନେଇଛନ୍ତି ଡାରେନ ପୋୱେଲେ । ଏଠାରେ ଭାରତୀୟ ପୂର୍ବତନ କ୍ୟାପେନ କପିଳ ଦେବ ନିଜର ୩୦୦ ତମ ଟେଷ୍ଟ ୱିକେଟ ନେଇଛନ୍ତି । ୧୯୮୭ ଓ ୧୯୯୬ ମସିହାରେ ହୋଇଥିବା ୱାଲ୍ଡକପରେ ଏଠାରେ ଦୁଇଟି ମ୍ୟାଚ ଖେଳା ଯାଇଛି । ଏହି ଦୁଇଟି ୱାଲ୍ଡକପକୁ ଭାରତ ଆୟୋଜନ କରିଥିଲା ।