ଭୁବନେଶ୍ୱର (ଏଟିଆର ବ୍ୟୁରୋ): ବାରମ୍ବାର ଅଜଣା ନମ୍ବରରୁ ମିସ୍ କଲ୍ ଆସିବା । ଫୋନ୍ କଲ୍ ଓଠାଇବା ପରେ କୌଣସି ଯବାବ ନଆସିବା । ସେହି ନମ୍ବରରୁ ଖରାପ ମେସେଜ୍ ଆସିବା । କ’ଣ ଆପଣଙ୍କୁ ବି ଏଭଳି ଅସୁବିଧାର ସାମ୍ନା କରିବାକୁ ପଡୁଛି କି? ଯଦି ହଁ ତେବେ ପୋଲିସକୁ ସଂପର୍କ କରିବା ପାଇଁ ଆମେ ଆପଣଙ୍କୁ କହିବୁ । ହୁଏତ ପୋଲିସ ପାଖକୁ ଯିବା ଅନ୍ତିମ ବିକଳ୍ପ ହେବା ଉଚିତ୍ । କାରଣ ଆପଣଙ୍କ ସାଙ୍ଗ ସାଥୀ ମାନେ ମଧ୍ୟ କୌଣସି ନୂଆ ନମ୍ବର ନେଇ ଆପଣଙ୍କ ସହ ମଜାକ କରି ଥାଇ ପାରନ୍ତି । ଏଭଳି ପରିସ୍ଥିତିରୁ ରକ୍ଷା ପାଇବାକୁ ହେଲେ ଆପଣଙ୍କ ପାଖରେ ମୋବାଇଲ ନମ୍ବର ଲୋକେସନ ଯାଞ୍ଚ କରିବାର ବିକଳ୍ପ ରହିଛି ।
– ସର୍ବ ପ୍ରଥମେ trace.bharatiyamobile.com ସାଇଟ୍ କୁ ଯାଆନ୍ତୁ ।
– ତାପରେ ୧୦ ଡିଜିଟ୍ ର ମୋବାଇଲ ନମ୍ବର ବକ୍ସରେ ଯେଉଁ ନମ୍ବରକୁ ଟ୍ରେସ କରିବାର ଅଛି ସେହି ନମ୍ବରକୁ ଏଣ୍ଟର କରନ୍ତୁ ।
– ମୋବାଇଲ ନମ୍ବର ଏଣ୍ଟର କରିବା ପରେ ଟ୍ରେସ ବିକଳ୍ପ ଉପରେ କ୍ଲିକ୍ କରନ୍ତୁ ।
– କ୍ଲିକ୍ ଅପସନ୍ ଉପରେ କ୍ଲିକ୍ କରିବା ପରେ ସେହି ମୋବାଇଲ ନମ୍ବରର ଲୋକେଶନ୍ , ରାଜ୍ୟ ବ୍ୟତିତ ଅନ୍ୟ ସମସ୍ତ ସୂଚନା ସାମ୍ନାକୁ ଆସିଯିବ ।