ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଦର୍ଶକବନ୍ଧୁ ଦୁନିଆରେ ଅନେକ ହ୍ରଦ ରହିଛି । ସେଥିମଧ୍ୟରୁ କିଛି ହ୍ରଦ ଖୁବ୍ ରହସ୍ୟମୟ । ସେହିପରି ଦକ୍ଷୀଣ ଆଫ୍ରିକାର ଲିମ୍ପୋପୋ ପ୍ରାନ୍ତରେ ରହିଛି ଏଭଳି ଏକ ହ୍ରଦ । ଯାହା ଫୁନ୍ଦୁଜୀ ହ୍ରଦ ନାମରେ ବେଶ ଜଣା ଶୁଣା । କୁହାଯାଏ କି ଏହି ହ୍ରଦ ପାଣି ଯିଏ ବି ପିଇଛି ସେ ତାର ପ୍ରାଣ ହରାଇଛି ।
ସ୍ଥାନୀୟ ଲୋକଙ୍କ କହିବାନୁସାରେ, ପ୍ରାଚୀନ କାଳରେ ଏଠାକାର ଲୋକେ ଜଣେ କୁଷ୍ଠରୋଗୀଙ୍କୁ ଏଠାରେ ଖାଦ୍ୟ ଏବଂ ଆଶ୍ରୟସ୍ଥଳରୁ ବାରଣ କରିଥିଲେ, ଏହା ପରେ କୁଷ୍ଠରୋଗୀ ଜଣଙ୍କ ସେହି ଲୋକମାନଙ୍କୁ ଅଭିଶାପ ଦେଇ ହ୍ରଦ ଭିତରକୁ ପ୍ରବେଶ କରି ଅଦୃଶ୍ୟ ହୋଇଗଲେ ।
ଆହୁରି ମଧ୍ୟ କୁହାଯାଏ କି ସକାଳେ ହ୍ରଦ ଭିତରୁ ଡ଼୍ରମ୍, ପଶୁ ଏବଂ ଲୋକଙ୍କ ଚିତ୍କାର ଶୁଣିବାକୁ ମିଳେ। ଲୋକଙ୍କ ମଧ୍ୟରେ ଏକ ବିଶ୍ୱାସ ମଧ୍ୟ ରହିଛି କି ପାହାଡ ଉପରେ ରହୁଥିବା ବିଶାଳ ଅଜଗର ହିଁ ଏହି ହ୍ରଦର ରକ୍ଷା କରିଥାଏ । ଯାହାକୁ ପ୍ରସନ୍ନ କରିବା ପାଇଁ ପ୍ରତ୍ୟେକ ବର୍ଷ ଆଦିବାସୀମାନେ ଏକ ନୃତ୍ୟର ଆୟୋଜନ କରିଥାନ୍ତି । ଯେଉଁଥିରେ କୁଆଁରୀ ଝିଅମାନେ ନୃତ୍ୟ ପରିବେଶଣ କରିଥାନ୍ତି ।
ଭୂସ୍ଖଳନ ହେତୁ ମୁଟାଲି ନଦୀର ପ୍ରବାହ ଅବରୋଧ ହେତୁ ଏହି ହ୍ରଦ ପ୍ରାଚୀନ କାଳରେ ସୃଷ୍ଟି ହୋଇଥିଲା। ବର୍ତ୍ତମାନ ଏହା ଏକ ରହସ୍ୟ ହୋଇ ରହିଛି । ଏହି ନଦୀର ଜଳ ସଂପୂର୍ଣ୍ଣ ପରିଷ୍କାର, ତା’ପରେ ମଧ୍ୟ ସେଥିରେ କ’ଣ ଏଭଳି ରହିଛି, ଯେ ଏହାକୁ ପିଇବା ପରେ ଲୋକଙ୍କ ମୃତ୍ୟୁ ହୋଇଥାଏ ।
ଋିପୋର୍ଟ ମୁତାବକ, ଏହି ହ୍ରଦର ଜଳର ରହସ୍ୟ ଜାଣିବା ପାଇଁ ଅନେକ ଥର ଚେଷ୍ଟା କରି ମଧ୍ୟ ଅନୁସନ୍ଧାନକାରୀ ବିଫଳ ହୋଇଛନ୍ତି ।
ଆସନ୍ତୁ ଆପଣଙ୍କୁ କହିବା ଯେ ଏହି ହ୍ରଦର ଜଳର ରହସ୍ୟ ଜାଣିବା ପାଇଁ ଅନେକ ଚେଷ୍ଟା କରାଯାଇଥିଲା, କିନ୍ତୁ ପ୍ରତ୍ୟେକ ଥର ଅନୁସନ୍ଧାନକାରୀମାନେ ବିଫଳ ହୋଇଥିଲେ। କୁହାଯାଏ ଯେ କି ୧୯୪୬ ମସିହାରେ ଆଣ୍ଡି ଲେଭିନ୍ ନାମକ ଜଣେ ବ୍ୟକ୍ତି ଏହି ହ୍ରଦର ଜଳର ସତ୍ୟତା ଜାଣିବାକୁ ଆସିଥିଲେ। ସେ ସେଠାରୁ ପାଣି ଏବଂ କିଛି ଉଦ୍ଭିଦ ନେଇ ଚାଲିଗଲେ, କିନ୍ତୁ ହଠାତ୍ ସେ ବାଟ ବଣା ହୋଇଗଲେ ।
ଯେତେବେଳେ ସେ ପାଣି ଏବଂ ଉଦ୍ଭିଦ ଫିଙ୍ଗିଥିଲେ ସେତେବେଳେ ଯାଇ ତାଙ୍କୁ ସଠିକ୍ ମାର୍ଗ ଦେଖା ଦେଇଥିଲା । ଏହାର ଗୋଟେ ସପ୍ତାହ ପରେ ତାଙ୍କର ମୃତ୍ୟୁ ହୋଇଥିଲା ।
ଆଜି ବି ଏହି ହ୍ରଦର ଜଳ ରହସ୍ୟମୟ । ଏହି ହ୍ରଦର ଜଳକୁ ନେଇ କିଛି ଲୋକ ବିଷାକ୍ତ ଗ୍ୟାସ ନିର୍ଗତକୁ ଦାୟୀ କରନ୍ତି । କିନ୍ତୁ ଏହାର କୌଣସି ସଠିକ୍ ପ୍ରମାଣ ମିଳିନାହିଁ ।