ଭୁୁବନେଶ୍ୱର,୨୨ା୨/(ବ୍ୟୁରୋ): ଲୁଟେରାଙ୍କୁ ସାବାଡ୍ କରିବା ଲାଗି ରାଜଧାନୀରେ ଜଣେ ଯୁବତୀ ଦେଖାଇଛନ୍ତି ସିଙ୍ଗମ ଷ୍ଟାଇଲ । ୨ଜଣଙ୍କ ମଧ୍ୟରୁ ଜଣକୁ କାବୁ କରି ନିସ୍ତୁକ ପିଟିବା ପରେ ପୁଲିସର ଜିମା ଦେଇଛନ୍ତି । ଏଭଳି ଏକ ଘଟଣା ରାଜଧାନୀରେ ଚର୍ଚ୍ଚାର ବିଷୟ ହୋଇଛି ।
ଘଟଣା ଘଟିଛି ଭିଏସଏସନଗରରେ । ଗତକାଲି ରାତି ୯ଟା ଘଟଣା । ସ୍ଥାନ ଭିଏସଏସନଗର । ଜଣେ ଯୁବତୀ ରାସ୍ତାରେ ଆସୁଥିବା ବେଳେ ୨ଜଣ ଲୁଟେରା ଏକ ଗ୍ଲାମର ଗାଡିରେ ଆସି ତାଙ୍କ ମୋବାଇଲ ଛଡାଇ ନେବାକୁ ଉଦ୍ୟମ କରିଥିଲେ । ତେବେ ହାରମାନି ନଥିଲେ ଯୁବତୀ । ଲଢ଼ିଥିଲେ ଲୁଟେରାଙ୍କ ସହ ।
ପାଖାପାଖି ୧୦ମିନିଟ୍ ପରେ ବାଇକ୍ ଚଳାଉଥିବା ଯୁବକକୁ ତଳେ ପକାଇ କାବୁ କରିଥିବା ବେଳେ ଅନ୍ୟ ଜଣେ ଖସି ପଳାଇବାକୁ ସଫଳ ହୋଇଥିଲା । ସ୍ଥାନୀୟ ଲୋକେ ଓ ଯୁବତୀ ଲୁଟେରା ସହ ବାଇକକୁ ପୁଲିସର ଜିମା ଦେଇଛନ୍ତି । ପୁଲିସ ଘଟଣାର ତଦନ୍ତ କରୁଛି ।