ଆପଣମାନେ ଯେତେବେଳେ ରାସ୍ତାରେ ଯାଉଥିବେ ସେତେବେଳେ ଦେଖିବାକୁ ପାଇଥିବେ ପଥର ନିର୍ମିିତ ଭିନ୍ନ ଭିନ୍ନ ରଙ୍ଗର କି.ମି ଖୁଣ୍ଟ । ଆପଣ କେବେ ଚିନ୍ତା କରିଛନ୍ତି କି ଏହି ଖୁଣ୍ଟର ରଙ୍ଗ ଭିନ୍ନ କ’ଣ ପାଇଁ? ତେବେ ଆସନ୍ତୁ ଜାଣିବା ରାସ୍ତା କଡରେ ଥିବା ଭିନ୍ନ ଭିନ୍ନ ରଙ୍ଗର କି.ମି ଖୁଣ୍ଟ ବିଷୟରେ । ଏହା କ’ଣ ସୁଚାଇ ଥାଏ ।
କଳା ଏବଂ ଧଳା ରଙ୍ଗର କି.ମି ଖୁଣ୍ଟ:ବଡ ବଡ ସହରରେ କଳା ଏବଂ ଧଳା ରଙ୍ଗର ମାଇଲ୍ ଖୁଣ୍ଟ ଦେଖିବାକୁ ମିଳିଥାଏ ।ଏହି ରାସ୍ତାର ରକ୍ଷଣ ଦାୟିତ୍ୱ ସହରର ପ୍ରଶାସନ ହାତରେ ରହିଥାଏ । ଏଥିରୁ ସ୍ପଷ୍ଟ ହୋଇଯିବେ ଯେ ଆପଣ କୌଣସି ବଡ ସହରରେ ପାଦ ରଖିଛନ୍ତି ।
ହଳଦିଆ ଏବଂ ଧଳା ରଙ୍ଗର କି.ମି ଖୁଣ୍ଟ: ଏହି ରଙ୍ଗର ମାଇଲ ଖୁଣ୍ଟ ଆପଣଙ୍କୁ ରାଷ୍ଟ୍ରିୟ ରାଜରାସ୍ତାର ସଂକେତ ଦେଇଥାଏ । ଏହାର ଅର୍ଥ ହେଉଛି ଆପଣ କୌଣସି ଜାତୀୟ ରାଜପଥରେ ଜାତାୟତ କରୁଛନ୍ତି । ଏହା କେନ୍ଦ୍ର ସରକାରଙ୍କ ଦ୍ୱାରା ନିର୍ମାଣ କରାଯାଇଥାଏ ।
କମଳା ଏବଂ ଧଳା ରଙ୍ଗର କି.ମି ଖୁଣ୍ଟ: ଯଦି ଆପଣ ଯାତାୟତ ସମୟରେ ଏହି ରଙ୍ଗର ମାଇଲ ଖୁଣ୍ଟ ଦେଖୁଛନ୍ତି ତେବେ ସ୍ପଷ୍ଟ ହୋଇ ଯାଆନ୍ତୁ ଯେ ଏହା ଏକ ଗାଁର ରାସ୍ତା । ଏହା ପ୍ରଧାନମନ୍ତ୍ରୀ ଗ୍ରାମୀଣ ସଡକ ଯୋଜନା ଦ୍ୱାରା ନିର୍ମିତ ।
ସବୁଜ ଏବଂ ଧଳା ରଙ୍ଗର କି.ମି ଖୁଣ୍ଟ:କୌଣସି ରାଜ୍ୟର ରାଜପଥରେ ଯାତାୟତ ସମୟରେ ଏହି ସବୁଜ ଏବଂ ଧଳା ରଙ୍ଗର ମାଇଲ ଖୁଣ୍ଟ ଦେଖାଯାଇଥାଏ । ଯାହା ପଡୋଶୀ ରାଜ୍ୟ ସହ ସଂଯୋଗ ଥାଏ । ଏହାର ନିର୍ମାଣ ଦାୟିତ୍ୱରେ ଥାଆନ୍ତି ରାଜ୍ୟ ସରକାର ।