ନୟାଗଡ (ଏଟିଆର ବ୍ୟୁରୋ); ସଦ୍ୟ ଆସୁଥିବା ଖବର ଅନୁଯାୟୀ ନୟାଗଡ ଜିଲ୍ଲାର ୪ଟି ଯାକ ଆସନରେ ଆଗରେ ରହିଛି ବିଜେଡି । ଏହି ୪ଟି ଯାକ ଆସନ ସବୁବେଳେ ବିଜେଡି ଅକ୍ତିଆରରେ ରହିଆସିଛି । ତେବେ ଚଳିତ ନିର୍ବାଚନରେ ବିରୋଧୀମାନେ ଅଧିକ ସକ୍ରୀୟ ହୋଇଥିଲେ । କିନ୍ତୁ ବିଜେଡି ଆଗରେ ଫିକା ପଡିଯାଇଥିବା ନଜର ଆସୁଛି । ତେବେ ଶେଷ ଫଳାଫଳ ନଆସିବା ପର୍ଯ୍ୟନ୍ତ କିଛି କହିହେବ ନାହିଁ । ତେବେ ଆସନ୍ତୁ ଜାଣିବା ନୟାଗଡ ଜିଲ୍ଲାର ୪ଟି ଆସନ ବିଷୟରେ…
ଦଶପଲ୍ଲା: ଏଠାରେ ବିଜେଡି ପକ୍ଷରୁ ନୂଆ ପ୍ରାର୍ଥୀ ରମେଶ ବେହେରା ନିର୍ବାଚନ ଲଢ଼ିଛନ୍ତି । ତାଙ୍କୁ ପ୍ରତିଦ୍ୱନ୍ଦିତା କରିଛନ୍ତି ବିଜେପି ନେତା ପୂର୍ଣ୍ଣଚନ୍ଦ୍ର ନାୟକ । ସେ ୨୦୧୪ରେ ବିଜେଡି ପକ୍ଷରୁ ବିଧାୟକ ହୋଇଥିଲେ । କଂଗ୍ରେସ ଏଠାରେ ପ୍ରଶାନ୍ତ ନାୟକଙ୍କୁ ମଇଦାନକୁ ଓହ୍ଲାଇଥିଲା ।
ଖଣ୍ଡପଡା: ରାଜ୍ୟ ରାଜନୀତିର ଚର୍ଚ୍ଚିତ ଚେହେରା ସୌମ୍ୟରଞ୍ଜନ ପଟ୍ଟନାୟକ ଏଠାରେ ବିଜେଡି ପକ୍ଷରୁ ପ୍ରାର୍ଥୀ ହୋଇଛନ୍ତି । ସେ ଆଗୁଆ ରହିଥିବା ଦେଖିବାକୁ ମିଳୁଛି । ବିଜେପି ସିଦ୍ଧାର୍ଥ ଶେଖରଙ୍କ ମଧ୍ୟ କଡା ଟକ୍କର ହୋଇଥିଲେ ସୁଦ୍ଧା ସେ ପଛରେ ପଡିଯାଇଛନ୍ତି ।
ରଣପୁର: ବିଜେଡି ପ୍ରାର୍ଥୀ ସତ୍ୟନାରାୟଣ ପ୍ରଧାନ ଆଗରେ ରହିଛନ୍ତି । ବିଜେପିର ହେବିନେତ୍ରୀ ସୁରମା ପାଢ଼ୀ ପ୍ରାର୍ଥୀ ହୋଇଥିବା ବେଳେ କଂଗ୍ରେସ ପକ୍ଷରୁ ମିଲି ପଣ୍ଡା ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରିଥିଲେ ।
ନୟାଗଡ: ଜିଲ୍ଲାର ଏହି ନିର୍ବାଚନ ମଣ୍ଡଳୀ ସବୁବେଳେ ଲୋକଲୋଚନରେ ରହିଥାଏ । ବିଜେଡିର ତୁଙ୍ଗନେତା ଅରୁଣ ସାହୁ ଏଠାରେ ଆଗୁଆ ରହିଛନ୍ତି । ବିଜେପି ନେତ୍ରୀ ଇରନୀ ରାୟ କଡା ଟକ୍କର କରିଥିଲେ ସୁଦ୍ଧା ସେ ତାଙ୍କ ପଛରେ ରହିଛନ୍ତି ।
ସୂଚନାଯୋଗ୍ୟ,ଦିନ ୧୧ଟା ସୁଦ୍ଧା ଆସିଥିବା ଫଳାଫଳ ଅନୁଯାୟୀ