ଭୁବନେଶ୍ୱର (ଏଟିଆର ବ୍ୟୁରୋ); ରାଜ୍ୟରେ ନୂଆ ଟ୍ରେଣ୍ଡରେ ହୋଇଛି ମତଦାନ । ଚଳିତ ନିର୍ବାଚନରେ ଭୋଟରଙ୍କ ମତ ବଦଳିଥିବା ନଜରକୁ ଆସିଛି । ଲୋକ କେନ୍ଦ୍ରରେ ମୋଦି ସରକାର ଏବଂ ରାଜ୍ୟରେ ନବୀନ ସରକାର ଆସନ୍ତି ବୋଲି ଚାହୁଁଛନ୍ତି । ଯାହାର ଫଳ ସ୍ୱରୁପ ଭୋଟ ଗଣତିରେ ଦେଖିବାକୁ ମିଳୁଛି । ଦିନ ୧୨ଟା ସୁଦ୍ଧା ଆସିଥିବା ରିପୋର୍ଟ ଅନୁଯାୟୀ ବିଜେଡି ବିଧାନସଭା ଆସରେ ଆଗୁଆ ରହିଥିବା ବେଳେ ଲୋକସଭା ଆସନରେ ବିଜେପି ବଢ଼ିବାରେ ଲାଗିଛି ।
ବିଧାନସଭା ଆସନରେ ବିଜେଡି ୭୦ ପ୍ଳସ ଆଗୁଆ ରହିଥିବା ବେଳେ ପଛକୁ ରହିଛନ୍ତି ବିଜେପି ଏବଂ କଂଗ୍ରେସ । କଂଗ୍ରେସ ପୂର୍ବ ନିର୍ବାଚନ ଅପେକ୍ଷା ଏଥରକ ମୁହଁ ମାଡି ପଡିଥିବା ନଜର ଆସୁଛି । ଲୋକସଭା ଆସନରେ ବିଜେପି ୯ଟିରେ ଆଗୁଆ ରହିଥିବା ବେଳେ ବିଜେଡି ୮ଟାରେ ଆଗୁଆ ରହିଛି । ତେବେ ଚଳିତ ନିର୍ବାର୍ଚନରେ ଜନତାଙ୍କ ମତ ପରିବର୍ତ୍ତନ ହୋଇଥିବା ଦେଖିବାକୁ ମିଳୁଛି ।
୨୦୧୪ ନିର୍ବାଚନରେ ବିଜେଡି ୨୧ ଲୋକସଭା ଆସନରୁ ୨୦ଟି ପୋଛି ନେଇଥିଲା । କେବଳ ସୁନ୍ଦରଗଡ ଆସନରେ ଜୁଏଲ ଓରାମ ବିଜୟ ହୋଇଥିଲେ । କିନ୍ତୁ ଏଥର ବିଜେପିରେ ବହୁତ ପରିବର୍ତ୍ତନ ହୋଇଥିବା ଦେଖିବାକୁ ମିଳୁଛି । ଅଧିକାଂଶ ଲୋକସଭା ଆସନରେ ବିଜେପି ଆଗରେ ରହିଛି । ଏଣୁ ଓଡିଶାବାସୀ ଚାହୁଁଛନ୍ତି କି କେନ୍ଦ୍ରରେ ମୋଦି ସରକାର ଆସିବା ଦରକାର ଏବଂ ରାଜ୍ୟରେ ୫ମ ଥର ଲାଗି ନବୀନ ସରକାରକୁ ଆସିବା ଦରକାର । ଏହି ଟ୍ରେଣ୍ଡରେ ହୋଇଛି ମତଦାନ ।