ଜଗତସିଂହପୁର ( ଏଟିଆର ବ୍ୟୁରୋ): ଦୂତି ଚାନ୍ଦଙ୍କ ସମଲିଙ୍ଗୀ ସମ୍ପର୍କକୁ ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ପୁଣି ଏକ ସମଲୀଙ୍ଗୀ ସମ୍ପକର୍କର ନଜର ଆସିଛି ଜଗତସିଂହପୁର ଜିଲ୍ଲାରେ । ଝିଅପ୍ରେମୀ ଯୁଗଳ ନିଜ ପ୍ରେମ ପାଇଁ ଘରଛାଡି ଚାଲିଯାଇଥିଲେ । ପରିବାର ଲୋକେ ଏବଂ ପୁଲିସର ହସ୍ତକ୍ଷେପ ପରେ ସେମାନେ ଅଲଗା ହୋଇଥିଲେ । ତଥାପି ସମ୍ପର୍କ ମାନିଲାନାହିଁ ବନ୍ଧବାଡ ଲୁଚିଛପି ଦେଖା କରିବା ବେଳେ ପହିଲେ ଗାଁ ଲୋକଙ୍କ ହାବୁଡେ । ଜିଲ୍ଲା ସଦର ଥାନା ଚାନ୍ଦୋଳ ଗାଁର ନାରାୟଣ ଦାସଙ୍କ ଝିଅ ସୁଚିସ୍ମିତା ଓ ରବୀନ୍ଦ୍ର ସାମଲଙ୍କ ଝିଅ ମାଣିକ ଉଭୟ ଉଭୟଙଙ୍କୁ ଦେଖା କରିବା ବେଳେ ଗାଁ ଲୋକଙ୍କ ହାବୁଡରେ ପଡିବାରୁ ଗାଁ ଲୋକ ମାଣିକକୁ ଏକ ଗଛରେ ବାନ୍ଧି ଦେଇଥିଲେ ଯାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।
ସୂଚନା ଅନୁସାରେ ମାଣିକ ଏବଂ ସୁଚିସ୍ମିତା ଉଭୟ ପିଲାଦିନର ସାଙ୍ଗ । ଉଭୟ ଗୋଟିଏ ବିଦ୍ୟାଳୟରେ ଗୋଟିଏ ଶ୍ରେଣୀରେ ପିଲାଦିନେ ପାଠ ପଢୁଥିଲେ । ଅଧିକ ନିକଟତର ହେବା ଫଳରେ ସେମାନଙ୍କ ମଧ୍ୟରେ ସମ୍ପର୍କ ଗଢିଉଠିଥିଲା । ଯାହା ଫଳରେ ସେମାନେ ଘରଛାଡି ଚାଲିଯାଇଥିଲେ । ହେଲେ ସୁଚିସ୍ମିତାଙ୍କ ପରିବାର ଲୋକେ ଏ ନେଇ ପୋଲିସରେ ଏତଲା ଦେଇଥିଲେ । ପୋଲିସର ହସ୍ତକ୍ଷେପ ପରେ ଏମାନେ ପୋଲିସ ଷ୍ଟେସନରେ ପହଞ୍ଚି ଥିଲେ । ସେଠାରେ ପୋଲିସ ବୁଝାସୁଝା କରି ସେମାନଙ୍କୁ ନିଜ ନିଜ ଘରକୁ ପଠାଇ ଥିଲା ।
ହେଲେ ଏମାନଙ୍କର ସମ୍ପର୍କ ଏତେ ନିବିଡ ହୋଇଯାଇଥିଲା ଯେ ଏମାନେ ପରସ୍ପର ଠାରୁ ଗୋଟିଏ ମୁହୁର୍ତ୍ତ ବି ଅଲଗା ହେଇ ରହି ପାରୁ ନାହାନ୍ତି । ଯାହାଫଳରେ ଗତକାଲି ସୁଚିସ୍ମିତାକୁ ଦେଖା କରିବା ପାଇଁ ମାଣିକ ସୁଚିସ୍ମିତାର ଗାଁକୁ ଆସିଥିଲା । ଗ୍ରାମବାସୀ ଏ ନେଇ ଜାଣିବା ପରେ ମାଣିକକୁୁ ଗୋଟିଏ ଗଛରେ ବାନ୍ଧି ଅଟକ ରଖିଥିଲେ । ତେବେ ଏନେଇ ଜଗତସିଂହପୁର ପୋଲିସ ଖବର ପାଇବା ପରେ ଘଟଣା ସ୍ଥଳରେ ପହଞ୍ଚି ମାଣିକକୁ ଉଦ୍ଧାର କରିଛି । ମାଣିକ ସୁଚିସ୍ମିତାକୁ ଏକ ତରଫା ଭାବେ ଭଲପାଉଥିବା ସୁଚିସ୍ମିତାର ପରିବାର ଲୋକେ କହୁଛନ୍ତି ।